ଖେଳ
ଖେଳ
ସୁସ୍ଥ,ଶବଳ ଶରୀର ଧାରଣ
ପାଇଁ ଲୋଡା ନିତ୍ୟ ବ୍ୟାୟାମ
ପ୍ରତି ପ୍ରଭାତରେ କିବା ସାୟଂକାଳେ
ଶରୀର ପାଇଁକି ଭ୍ରମଣ
ତୋ ଜୀବନର ହେଉ ନୀୟମ
ମୃତ ସଞୀବନି ବତ୍ କାମଦିଏ
ନିରୋଗେ ଜାପିବ ଦିନ
ତତୋଧିକ ପୁଣି ଯୋଗ,ଯୋଗାସନ
ବାୟୁ ଖେଳ ପ୍ରାଣାୟାମ
କରି ଭୋଗ ସୁସ୍ଥ ଜୀବନ ଯାପନ
ଯୋଗ, ବ୍ୟାୟାମକୁ ଏକତ୍ରିତ କଲେ
ନିଶଦ୍ଦେ ନିଶ୍ଚଳ ଚିନ୍ତନ
ଚିନ୍ତାମଣି ନାମ କରିବ ମନନ
ବ୍ରହ୍ମ ତତ୍ଵ ଯୋଗ ବ୍ୟାୟାମ
ସେତ ଝରାଏ ଦେହରୁ ଘର୍ମ
ଆଉ ଖେଳ ଅଛି ପଶା ପାଲି ଖେଳ
ବୈଦିକ ଯୁଗରୁ ଆଦୃତ
ରାଈ ଦାମୋଦର ଖେଳିଲେ ବୈକୁଣ୍ଠେ
ପୁରାଣେ ହୋଇଛି ବିଦିତ
ଖେଳେ କାଙ୍ଗାଳ ହୁଅଇ ମନୁଷ୍ୟ
ଏହି ଦ୍ଵିତ କ୍ରିଡ଼ା ପ୍ରଭାବେ ସେଦିନ
ଯାଜ୍ଞସେନୀ ହୁଏ ଲାଞ୍ଚ୍ଛିତା
ଭାରତ ଯୁଦ୍ଧର ଭୟାବହ ଦୃଶ୍ୟ
ଭାଗବତ ଜ୍ଞାନ ଗୀତା
ସୃଷ୍ଟି ସେପାଇଁ ବେଦ ସଂହିତା
ଫୁଟୁବଲ,ହକୀ,କ୍ରିକେଟର ଖେଳ
ଆଜି ପ୍ରଚଳିତ ଖେଳ
ଜାତୀୟ ସ୍ଥରରେ ନାମ କରିଛନ୍ତି
ଆମରି ଜାତୀୟ ଦଳ
ଦେଖ ଦେଶେ ବିଦେଶେ ହୁଏ ପ୍ରଚାର
ସବୁ ଖେଳ ଉର୍ଦ୍ଧେ ଲୋଟଣୀ ବରରେ
ଖେଳଇ ଓଲଟ ପାରା
ଅଠାକାଠି ପିଞ୍ଜରା ରେ ସେ ସୁବର୍ଣ୍ଣ,
ପାରା ନ ଦେବରେ ଧରା
ସେ ଜୀବନର ଧ୍ରୁବ ତାରା
ସେ ଖେଳ ଖେଳିତୁ ଜିତିବା ପାଇଁକି
ଧରିବାକୁ ସୁନା ପାରା
ମାନବିକତାର ମାନଦଣ୍ଡ ହେଜ
ଝାରି ପ୍ରେମମଧୁ ଧାରା
ମୋ ଦେଶ ଦୁନିଆଁ ହସିବ ପରା
