ଖେଳ ଶେଷ୍
ଖେଳ ଶେଷ୍
କାହିଁକି ଏତେ ଗର୍ବ, ଅହଂକାର, ଦର୍ପ
କ'ଣ ବଞ୍ଚିଛ ବୋଲି ?
ନା, ଜୀବନ ତୁମର ବୋଲି ?
ତୁମେ ମୃତ୍ୟୁକୁ ଦେଖି ନାହଁ ବୋଲି
ମୃତ୍ୟୁ ନାହିଁ ବୋଲି ଭାବୁଛ କି ?
ତେବେ ତୁମେ ଭୁଲ୍ ଭାବୁଛ ।
ମୃତ୍ୟୁ ଠୁ ହିଁ ତ, ଜୀବନକୁ
ମୁଁ ମାଗିଆଣିଛି; କେତେଟା
ନିଶ୍ୱାସ ବଦଳରେ ।
ଯଦି ଜୀବନକୁ ଦଣ୍ଡେ
ଉପଭୋଗ କରୁଛ, ତେବେ କର
କିନ୍ତୁ କେବଳ ସେଯାଏଁ
ଯେଯାଏଁ ନିଶ୍ୱାସଟା ବଳକା ହେଉଥିବ, ମୃତ୍ୟୁଠୁ ।
ଯେଉଁ ଦିନ ମୃତ୍ୟୁ ଠାରେ ବନ୍ଧା ପଡ଼ିଥିବା
ନିଶ୍ୱାସ ସରିଲା, ଜାଣିବ
ସେ ଦିନ ସବୁ ଖେଳ ଶେଷ ।