ଖବର କାଗଜ
ଖବର କାଗଜ
ପ୍ରଭାତ ହୋଇଲେ ପହିଲି ସୁରୁଯ
ଧରିତ୍ରୀକୁ ଛୁଇଁ ଯାଏ
ଘର ଅଗଣାରେ ଖବର କାଗଜ
ନଜରକୁ ପଡି ଥାଏ ।
ଖବରକାଗଜ ଖବରକାଗଜ
କହି ଡାକ ଛାଡୁଥାଏ
ତାହାରି ଡାକରେ ଆଖି ନିଦ ଆପେ
କେଉଁ ଆଡେ ହଜି ଯାଏ ।
ଖବରବାଲାଟି ଖବର କାଗଜ
ଗଳି କନ୍ଦି ନେଇ ଦିଏ
ଯିଏ ମଗାଏତ ତାହାରି ଦୁଆରେ
ହାଜର ତ ହେଇଥାଏ ।
ଖରା, ବର୍ଷା, ଝଡି ,ଶୀତ କାକରକୁ
ଡରେ ନାହିଁ କେବେ ସିଏ
ସାଇକେଲ୍ ଚଢି ଘର ଘର ବୁଲି
ଖବର କାଗଜ ଦିଏ ।
ସାମ୍ବାଦିକ ଚାରି ଆଡେ ବୁଲି ବୁଲି
ଖବର ସଂଗ୍ରହ କରେ
ଦିନ ସାରା ଯାହା ଘଟି ଯାଇଥାଏ
ଲେଖାଯାଏ ପେପରରେ ।
ନିଜ ଜୀବନକୁ ବିପଦେ ପକାଇ
ଦେଶ ସେବା ସିଏ କରେ
ତା ପାଇଁ ଦେଶ ବିଦେଶ ଖବର
ଏ ମଣିଷ ଜାଣି ପାରେ ।
ଘରେ ବସି ଥାଇ ଖବର କାଗଜ
ପଢୁଥାଏ ଖୁସି ହୋଇ
କେତେ ଯେ ଉନ୍ନତି କେତେ ଅବନତି
ବସି ଜାଣି ପାରୁ ଥାଇ ।
କେତେ ଯେ ଦୁର୍ନୀତି କେତେ ଭ୍ରଷ୍ଟାଚାର
ସବୁ ଲେଖା ହେଇଥାଏ
କେତେ ଯେ ଶୋଷଣ ନାରୀ ବି ଧର୍ଷଣ
ଜଳ ଜଳ ଲେଖାଥାଏ ।
କେତେ ଗୁଣ୍ଡାଗିରି କେତେ ଦାଦାଗିରି
ଭଦ୍ରମୂଖା ଲୋକ କେତେ
ହେଉ ରାଜନେତା କି ଅବା ଜନତା
ସବୁ ଲେଖା ଥାଏ ସତେ ।
କେତେ ସୁଶାସନ କେତେ ନ୍ୟାୟବାନ
ଚାଲେ ସୁଶାସକ କେତେ
ଟିକି ନିଖିଭାବେ ଖବକାଗଜେ
ଲିପିବଦ୍ଧ ଥାଏ ସତେ ।
କେଉଁଠାରେ ନେତା ଭାଷଣ ଦେଇଣ
ଉଦ୍ଘାଟନ କରିଥାନ୍ତି
କେଉଁଠି ସହାୟ ହାତ ସେ ବଢାନ୍ତି
ପ୍ରାଞ୍ଜଳ ଲେଖି ଥାଆନ୍ତି ।
ଦେଶ ଦୁନିଆର ସବୁ ହାଲଚାଲ
ଟିକିନିଖି ଲେଖାଥାଏ
ତାକୁ ପଢି ଲୋକେ ସବୁ ଜାଣି ନିଜେ
ସତର୍କରେ ରହୁ ଥାଏ ।
ଘନ ଘନ ଖବରକୁ ପଢା ଯାଏ
ଦୂରଦର୍ଶନ ଚ୍ୟନେଲରେ
କେତେବେଳେ କଣ ଅବା ଘଟଥାଏ
ଆସେ ସିଏ ଡଜରରେ ।
ଦରଦାମ୍ କେତେ ବୃଦ୍ଧି ହ୍ରାସ ହୁଏ
ସମସ୍ତେ ତାହା ଜାଣନ୍ତି
ତେଣୁ ସହଜରେ ଠକାମୀ ହାତରୁ
ସେମାନେ ରକ୍ଷା ପାଆନ୍ତି ।
ସହଜରେ କେହି ଠକି ପାରନ୍ତିନି
ପେପର ଯେ ପଢୁଥାଏ
ଯିଏ ନ ପଢେ ଅନ୍ଧାର ଭିତରେ
ସର୍ବଦା ତ ରହେ ସିଏ ।
କେତେବେଳେ ଯୁଦ୍ଧ ବିଭୀଷିକା ଦୃଶ୍ୟ
କେବେ ବନ୍ୟା ବାତ୍ୟା ହେବ
ପାଣିପିଗ ଗତି ଖବର କାଗଜ
ସହଜରେ କହି ଦେବ ।
ଖବରକାଗଜ ବାହାରିଲେ ସିନା
ପେପରକୁ ପଢାଯିବ
ବେତାରକେନ୍ଦ୍ର ବା ଦୂରଦର୍ଶନ ସେ
କୁହ କାହାକୁ ପଢିବ ?
ସାମ୍ବାଦିକ ସାମ୍ବାଦିକାଙ୍କ ପାଇଁ ତ
ବାହାରିଣ ଥାଏ ଇଏ
ତାଙ୍କ ପାଇଁ ନେତାମାନଙ୍କ ଆଖିରେ
ଭୟ ଚିହ୍ନ ରହିଥାଏ ।
ବଦଳାଇ ଦିଏ ସଭିଙ୍କର ନକ୍ସା
ସତ୍ୟର ପ୍ରତୀକ ଇଏ
ସମସ୍ତଙ୍କ ଗତି ସ୍ଥିତି ପରିସ୍ଥିତି
ଅନୁଧ୍ୟାନ କରି ଥାଏ ।
କାହାକୁ ଛାଡେନା ତାହା ନଜରରେ
ଯିଏ ଯଦି ପଡିଥାଏ
ଭଲ ମନ୍ଦ ସବୁ ନିର୍ଭୀକେ ଲେଖେ ସେ
ହେଇଥାଉ ପଛେ କିଏ ?
ତାହା ପାଇଁ ଆଜି ଏଇତ ମାନବ
ଏତେବାଟ ଚାଲୁ ଅଛି
ଏ ଛୋଟ ହୃଦୟୁ ଶତ ଧନ୍ୟବାଦ
ତାକୁ ଆଜି ଦେଉଅଛି ।
ଚିର ସହଚର ସାଥିଟି ଆମର
ତାପରି ହୋଇବ କିଏ
ପରମ ବନ୍ଧୁଟି ସିଏତ ଆମର
ଦୁନିଆ ହସାଏ ସିଏ ।