STORYMIRROR

Anam Charan Sahoo

Romance

2  

Anam Charan Sahoo

Romance

ଖାସ୍ ତା ପାଇଁ

ଖାସ୍ ତା ପାଇଁ

1 min
390

ପ୍ରକୃତି ସାଜିଲା ପ୍ରେରଣା ମୋହର

ନାୟୀକା ହେଲା ମୋ ପ୍ରିୟା

ଲେଖିବା ପାଇଁକି ମନ ବଳାଇଲି

ସଫଳ ନ ହେଲି କିଆଁ

ଦିନ ପରେ ଦିନ ଗଡି ଚାଲିଥିଲା

ବିତିଗଲା ଆଠ ବର୍ଷ

ଭାବନା ମୋହର ଭାବରେ ରହିଲା

ନ ହୋଇଲା ମନ ହର୍ଷ

ଦିନେ ମୋ ସପନେ ପ୍ରେୟସୀ ମୋହର

ଆସି କଲା ମନ ଚୋରି

ସକାଳେ ନଥିଲା ପାଶରେ ସେ କିଆଁ

ତାକୁ ଖୋଜି ହେଲି ଝୁରି

ଛାତିର କୋହ ମୋ ଉତୁରି ଆସିଲା

ଶବଦ ପାଇଲି ଖୋଜି

ପ୍ରିୟତମା କଥା କରିଲି ବର୍ଣ୍ଣନା

ନୟନ ଗଲା ମୋ ଭିଜି

ସେହି ଦିନଠାରୁ ପ୍ରିୟା ପାଇଁ ମୁହିଁ

ଲେଖିଛି କବିତା କେତେ

ତଥାପି ମନ ମୋ ବୁଝି ନାହିଁ ଜମା

ତା କଥା ଲେଖିଲେ ଯେତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance