STORYMIRROR

Sarojini Jena

Classics

2  

Sarojini Jena

Classics

କେଉଁଠି ଥାପିବି ପାଦ

କେଉଁଠି ଥାପିବି ପାଦ

1 min
18


ଧରମ ଦୁଆରେ ପାଦ ଥାପିଦେଲେ

                 କାଳିଆ ଦେବ ସାହାରା,

ପାପର ପଙ୍କରେ ପାଦ ଥାପିଦେଲେ

                 ବୁଡ଼ିଯିବ ବନ୍ଧୁ ପରା............


ଫୁଲର ଶେଯରେ ପାଦ ଥାପିଦେଲେ

                  କଣ୍ଟା ତ ନିଶ୍ଚେ ଆସିବ,

ଫୁଲ ଦିନେ ପୁଣି ମଉଳି ଯାଇ ତା

                   ପାଦରେ ଆଘାତ ଦେବ...........


ସଂସାର ନାଆରେ ପାଦ ଥାପିଦେଲେ

                   ସେ ନାଆ ଅଧାରେ ବୁଡିବ,

ଏକା କାଳିଆକୁ ସାଥି କରିଥିଲେ

                   ସଂସାରୁ ଉଦ୍ଧାରି ଦେବ...........


ମନକୁ ଆୟତ୍ତ କରିଥିଲେ ପୁଣି

                ଯେଉଁଠି ଥାପିବି ପାଦ,

ବିଜନ ବେଳାରେ ଜୀବନେ ମୋହର

                ନ ଥିବ ଟିକିଏ ଖେଦ..........


ପ୍ରେମର ପଥରେ ପାଦକୁ ଥାପିଲେ

                 ପ୍ରତାରଣା ନିଶ୍ଚେ ପାଇବ,

ସ୍ବର୍ଗୀୟ ପ୍ରେମର ମୂଲ୍ୟ ମିଳିବନି

                ହୃଦୟେ ଶଙ୍କା ଲାଗିବ.........


ମିଛ ଦୁନିଆରେ ପାଦ ଥାପିଦେଲେ

                 ଦୁନିଆ ନିଶ୍ଚେ ଡୁବିବ,

ଜଗା ହାତ ଧରି ପାଦ ଥାପୁଥିଲେ

                 ଅମଡ଼ା ପଥଟି ସୁପଥ ହେବ.........


ହରି ଭଜନକୁ ଆଶରା କରି

               ସଂସାର ପାରିହୋଇବ,

ହସଖୁସି,ଲୁହ, ସୁଖ ଦୁଃଖେ ପରା

                ନୀଳମାଧଵ ସାହା ହୋଇବ....... l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics