STORYMIRROR

susmita mohapatra

Abstract Others

3  

susmita mohapatra

Abstract Others

କେଉଁ ଆଶେ

କେଉଁ ଆଶେ

1 min
11.8K

ଗଣତନ୍ତ୍ର ତା' ମନ୍ତ୍ର ଭୁଲିଛି

ଯନ୍ତ୍ର ପରି ଏ ଦେଶ ଚଳୁଅଛି

ପତାକା ହୋଇଛି ନତ,

କ୍ରାନ୍ତି ନାମରେ ଭ୍ରାନ୍ତି ବିରାଜେ

ଶାନ୍ତି ଶୋଇଛି ଗହନ ରାଇଜେ

ନିବୁଜ ମୁକ୍ତି ପଥ l

ଭଗ୍ନ ଶିଳାର ଆଢୁଆଳେ ଥାଇ

ନଗ୍ନ କୀରତି ଡାକେ ରହି ରହି

ମଗ୍ନ ହେବାକୁ ସାଥେ,

କାହିଁ ସେ ଲଗ୍ନ କାହିଁ ସେହି ବେଳା

ଅମୃତ ସ୍ଥଳେ ଉତ୍କଟ ଜ୍ୱାଳା

ସହ୍ୟ ହୁଏନା ସତେ l

ଭକ୍ତ ଭିଡ଼ଇ ପୁଣ୍ୟ ଦଉଡି

ମୁକ୍ତ ହେବାକୁ ପାପ ଶ୍ରାପ ଫେଡ଼ି

ସତେକି ଶକ୍ତି ଶାଳୀ,

ସୁପ୍ତ ଅଥଚ ଚେତନାର ସ୍ତରେ

ନିରୀହ ରକ୍ତେ ରଞ୍ଜିତ କରେ

ଧାର୍ମିକ ପୀଠ ସ୍ଥଳୀ l

ଛନ୍ଦ କପଟେ ଜଗତ ଜିଣିଛି

ଅନ୍ଧ ପୁଟୁଳି ବାନ୍ଧି ରଖିଛି

କୁହେଳିକୁ ମଣେ ସତ,

ମନ୍ଦ କରମେ ମତ୍ତ ରହେସେ

ଫାନ୍ଦ ଭିଆଇ ନାଚାରେ ମୋହେସେ

ମିଥ୍ୟା ନାଟକେ ରତ l

ପ୍ରିୟ ପରିଜନ ବନ୍ଧୁ ସୋଦର

ଏ ଭଵ ଭୂଇଁରେ କିଏ ଵା କାହାର

ପ୍ରାଣ ବି ଆପଣା ନୁଁହ,

କାହିଁ ପାଇଁ ବାବୁ ସଞ୍ଚୁଛୁ ଧନ

ପାରିବୁକି କିଣି ହୃଦ ଆଉ ମନ

ପଇସା ବଦଳେ କହ l


Rate this content
Log in

Similar oriya poem from Abstract