ସୁମନ ସୁରଭି
ସୁମନ ସୁରଭି
ଛଳରେ ରଚେ ପ୍ରୀତି
ଫୁଲରେ ପ୍ରଜାପତି
କାନରେ କହେ ଧୀରେ
ପ୍ରେୟସୀ ତୁ'ଲୋ ସତୀ
ସରଗ ପାରିଜାତ
ମୋ ମନ ପାରାବାରେ l
ଗହନ ତରୁ ଡାଳେ
ପତର ଆଢୁଆଳେ
ଚଞ୍ଚୁ ଲଗାଲଗି
ପ୍ରେମିକ ପକ୍ଷୀ ହଳେ
ପୀରତି ଦିଆନିଆ
ପ୍ରଣୟ ଇସାରାରେ l
ଫଗୁଣେ ଫଗୁ ଖେଳି
ଅବିର ଦେହେ ବୋଳି
ଚଇତି ଗୀତ ଗାଇ
ବହଇ ଚଇତାଳି
ମହକେ ସାରା ଦିହ
ସୁମନ ସୁରଭିରେ l