Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

susmita mohapatra

Others

4.0  

susmita mohapatra

Others

ରିଂ ମାଷ୍ଟର

ରିଂ ମାଷ୍ଟର

1 min
11.4K


ସାରା ଖେଳ ଚାଲିଥାଏ

ରିଂ ମାଷ୍ଟର ଇସାରାରେ l

କେତେବେଳେ ଲକ୍ଷ୍ୟଚ୍ୟୁତ ହେଲେ

ଛାତିରେ ଛୁରିକା ବାଜେ,

ଅଥବା ସନ୍ତୁଳନ ହରାଇ

ଖସିପଡେ ନାବାଳିକା

ରଶି ଦେହୁ ଆକାଶ ମଞ୍ଚରୁ

ଖେଳ ଦେଖାଉ ଦେଖାଉ ସର୍କସରେ l

କେତେ ସାମଞ୍ଜସ୍ୟ ସତେ

ଏଇ ଆମରି ନିତି ଦିନିଆଁ

ଜୀବନ ଚର୍ଯ୍ୟାରେ l

କେବେ କା'ର କଟାକ୍ଷରେ

ଛୁରୀ ଚଳେ ବକ୍ଷପରେ

ରଶିରେ ଝୁଲଇ ପୁଣି

କେତେ ନିରୀହା ନିର୍ଯାତିତାର

ନିର୍ବାକ ନିସ୍ତେଜ କ୍ଷୀଣ ଶରୀ l

ପ୍ରତିବାଦର ସ୍ୱରୋତ୍ତଳନେ

ଅବସ୍ଥା ହୁଏ ଜୋକର ପରି,

ଠିକ ଯେମିତି ସେ

ଅମାପ ଅଜସ୍ର କୋହ

ଅନ୍ତରରେ ଚାପିରଖି,

କୃତ୍ରିମ ହଳଦୀ ନାଲି ରଙ୍ଗ

ମୁହଁ ନାକେ ମାଖି,

ହସି ହସାଉଥାଏ ସତତ

ଆଉ କାହା ଖାତିରରେ l

ହିଂସ୍ରଜନ୍ତୁ ଯେତେବେଳେ

ବୋଲମାନି ନାଚୁଥାନ୍ତି

ମଣିଷ ବା କେଉଁ ଚିଜ !

ଆବାଳ ବୃଦ୍ଧ ବନିତା ସର୍ବେ

ଵ୍ୟସ୍ତଥାନ୍ତି ଭରିବାକୁ

ଜ୍ୱାଳା ଜର୍ଜର ଚାଖଣ୍ଡେ ଉଦର

ନିଜ ରଣ କୌଶଳରେ

ତୁଷ୍ଟ କରି ଦର୍ଶକଙ୍କୁ

ଖେଳ ମୈଦାନରେ l

ସାରା ଖେଳ ଚାଲିଥାଏ

ରିଂ ମାଷ୍ଟର ଇସାରାରେ ll



Rate this content
Log in