Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

susmita mohapatra

Others

4.1  

susmita mohapatra

Others

ସମୟ

ସମୟ

1 min
11.4K


ସବୁଠୁ ଚଞ୍ଚଳ ବେଗ ଯାହାର,

ସବୁରି ସେ ପୁଣି ନୁହେଁ କାହାର l

ବାନ୍ଧି ତାହାକୁ ହୁଏନି ରଖି,

ଚାଲୁ ଚାଲୁ କେବେ ପଡ଼େନି ଥକି l

ଚିରସ୍ରୋତା ଟିଏ ନଥାଏ ପାଣି,

ରହସ୍ୟ ଲାଗଇ ତା'ର କାହାଣୀ l

ତାହାରି ସୁଅରେ ଭାସୁ ସରବେ,

ପୁରୁଣାରୁ ନୂଆ ହୋଇ ଗରବେ l

ପ୍ରତିକ୍ଷଣ ତା'ର ଅମୂଲ ମୂଲ,

ଅଳସୁଆ ପକ୍ଷେ ଛାର ବାହୁଲ l

ତା' ସାଥିରେ ଚାଲେ ତାଳରେ ଯିଏ,

ସବୁ ପରୀକ୍ଷାରେ ସଫଳ ହୁଏ l

ତା' କକ୍ଷରୁ ତିଳେ ହେଲେ ବିଚ୍ୟୁତ,

ଗଣିବାକୁ ପଡେ ମହା ପ୍ରମାଦ l

ନମଣିବ ଯେବେ ତାହାକୁ ହେୟ,

ସହଜେ କରିବ ଜଗତ ଜୟ l

ତାଠୁଁ ବଳୀୟାନ ମହୀରେ ନାହିଁ,

ସେ ପରା ସମୟ ପାରୁନ କହି l

ସମୟର ମୂଲ ନବୁଝେ ଯିଏ,

ମଣିଷରେ ସିଏ ଗଣା କି ହୁଏ ??



Rate this content
Log in