Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

susmita mohapatra

Others

4.7  

susmita mohapatra

Others

ବୈଷମ୍ୟ

ବୈଷମ୍ୟ

1 min
11.6K


ତୁମେ ପ୍ରଭୁ ମମ ମୁଁ ଯେ ଦାସ ତୁମ,

ଜନମରୁ ଜରା ଯାଏଁ ଜପେ ତୁମ ନାମ l

ତୁମେ ମୋ ମାଲିକ ମୁଁ ତୁମ ସେବକ,

ତୁମେ ନାୟକ ସର୍ବଥା ମୁଁ ସଦା ଖଳନାୟକ l

ତୁମେ ଆଦେଶ ଦେଲେ ପାଳନ କରେ,

ଅନ୍ୟଥା କଲେ ମରଣ ବରେ l

ବିଦ୍ରୋହ କରି ରହେ ମୁଁ ଭୋକେ,

ସାଲିସ କରି ମହତ ବିକେ l

ବଡ଼ ଦହଗଞ୍ଜ ଏ ଜୀବନ,

ହେ ଇଶ୍ୱର !

ତୁମେ ଶାଶ୍ୱତ, ଚିରନ୍ତନ,

ନଶ୍ୱର ମୋ ଦେହ, ଯଉବନ,

ତୁମ କୃପା ମୋ କଜ୍ଜଳ,

ତୁମ କଥା ମୋ ମଥା ଚନ୍ଦନ l

ତୁମେ ଭିଆଣ କର ମୁଁ କରେ ଭ୍ରଷ୍ଟ,

ତୁମେ ସୃଷ୍ଟି କର ମୁଁ ତ କରେ ନଷ୍ଟ l

ଖାସ ସେଇଥି ପାଇଁତ,

ମୁଁ ହୀନ ତୁମେ ମହାନ,

ମୁଁ ପାପୀ ତୁମେ ପାବନ l

ମୁଁ ନିଉନ ତୁମେ ନିରାକାର,

ଆମ ଦୁହିଁଙ୍କ ଭିତରେ ଅଙ୍କା

ବିଭେଦ ପ୍ରାଚୀର l l



Rate this content
Log in