STORYMIRROR

susmita mohapatra

Others

3  

susmita mohapatra

Others

ନୂଆ ଏକ ସକାଳର ସୂର୍ଯ୍ୟୋଦୟ

ନୂଆ ଏକ ସକାଳର ସୂର୍ଯ୍ୟୋଦୟ

1 min
11.5K

ତୁମେ ଆସିଛ, ବାରମ୍ବାର ଆସିଛ

କିନ୍ତୁ ପ୍ରତି ଥର ସେଇ

ଗୋଟିଏ ରୂପରେ, ଗୋଟିଏ ରଙ୍ଗରେ

ଗୋଟିଏ ବାସ୍ନା ଓ ଗୋଟିଏ ବସ୍ତ୍ରରେ

ଚିରାଚରିତ ଢଙ୍ଗରେ

ତୁମେ ବି ଆସିଛ ,

ଦିବ୍ୟ ମନ୍ତ୍ରରେ ଅଭିମନ୍ତ୍ରିତ କରି,

ନିସ୍ତେଜ ଶରୀରେ ସତେଜତା ଭରି,

ବସୁଧାର ବୀରଭୂମି ପରେ

ପାବନ ବୈଜୟନ୍ତୀ ଉଡାଇ,

ପୁଣି ବାହୁଡ଼ିଛ ମୃଦୁପାଦେ

ମନ୍ତ୍ରଣାର ବଶବର୍ତ୍ତୀ ହୋଇ

ଏବେବି ତ ପୁଣି ତୁମ

ଆସିବାର ବେଳ ଉପନୀତ,

ଆବାହନୀ ସଂଗୀତ ମୂର୍ଚ୍ଛନା

ସବୁଠି ଝଙ୍କୃତ

କିନ୍ତୁ

ଭିନ୍ନ ଥିବ ଲାଗୁଛି ଏଥର

ଥାଟବାଟ ଚମକ ଚହଟ

ପ୍ରତିଟି ଅଙ୍ଗଭଙ୍ଗୀ ତୁମର,

ଶତାବ୍ଦୀର ଆୟୁ ଧରି

ଶିରାରେ ଶିରାରେ ମୁକ୍ତ ବାୟୁ ଭରି

ମାଟି ମାଆ ମୁକୁଟରେ

ମୁକ୍ତା ହେଇ ଝଳିବାକୁ

ନିଶ୍ଚେଁ ଆସିବ ଏଥର,

ନେଇ କେତେ ଉଦ୍ଦୀପନା ଉନ୍ମାଦନା,

ପଣ୍ଡ କରି ପାଷଣ୍ଡର ଯୋଜନ ଯୋଜନା,

ଖିନଭିନ କରି ହୃଦତନ୍ତ୍ର ତା'ର,

ନୂଆ ଏକ ସକାଳର ସୂର୍ଯ୍ୟୋଦୟ ସାଥେ,

ଦୁନ୍ଦୁଭି ବଜାଇ ପ୍ରଗତିର ପଥେ,

ଇସାରା କଲଣି ଆସିବାର

ଆସ, ବାଟ ତୁମ ଜଗିଅଛୁ

କ୍ଲାନ୍ତ ଶ୍ରାନ୍ତ ବ୍ୟଗ୍ର ବ୍ୟାକୁଳିତ

ଚିର ପ୍ରତୀକ୍ଷିତ ସନ୍ତାନ ତୁମର ll



Rate this content
Log in