Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

susmita mohapatra

Inspirational

4.6  

susmita mohapatra

Inspirational

ଗୋଳମାଳ

ଗୋଳମାଳ

1 min
11.5K


ଯେଉଁଠି ଦେଖ ଗୋଳମାଳିଆ ଆସଇ ଭୀତ ମନେ, 

ଦପ୍ତର ଗଲେ ଚଉକି ଖାଲି ନଥାନ୍ତି ବାବୁମାନେ l 


କିରାଣୀ ଚଷେ ଫାଇଲି କରେ ଲୋକଙ୍କୁ ହଇରାଣ, 

ବାବୁଙ୍କ ନାମେ ସାଇନି କରି ନିଏ ସେ ଠଣାଠଣ l


ରବର ଷ୍ଟାମ୍ପ ସବୁ ତ ଏଠି ନାଚନ୍ତି ଇସାରାରେ, 

ଦପ୍ତରୀ କରେ ଆରାମ ବସି ବାବୁଙ୍କ ଚଉକିରେ l 


ନଥାଏ ଏଠି ଭାବ କାହାର କା'ସାଥେ ଆପଣାର, 

ଦେଖଣାହାରୀ ଦେଖନ୍ତି ଯାହା ନକଲି ରୂପ ତା'ର l 


ମେଳ ଖାଏନି କଥା କାହାରି ହୁଅନ୍ତି ପାଚି ନାଲି, 

ଜରୁରୀ କାମ ତାଲାରେ ଫସେ ତିଆରି ହୁଏ ଜାଲି l 


କାମରେ ନୁହେଁ କଥାରେ ବମ ଫୁଟାନ୍ତି ସବୁ ଏଠି, 

ଆପଣା ପାଇଁ ମାଗଣା କେହି ଖଟନ୍ତି ନାହିଁ ବେଠି l 


ଶିକ୍ଷକ ଆଜି ଚଷୁଛି ଜମି ଆପେ ଜିଇଁବା ପାଇଁ, 

ପିଲାଙ୍କ କଥା ଭାଳୁଛି କିଏ ନିଜର ଭେଳା ନାହିଁ l 


ବେରୋଜଗାରୀ ଦେଶୁଁ ହଟିବ ସବୁ ପାଇବେ କାମ, 

ନାଆଁକୁ ମାତ୍ର କାଗଜ ପତ୍ର କଥାରେ ନାହିଁ ଦମ l 


ଶ୍ରମିକ କାମ ମେସିନ କରେ ସେ ଖାଲି ହରତାଳ, 

ଆମୂଳଚୂଳ ଜଟିଳ ଖେଳ ସବୁ ତ ଗୋଳମାଳ l 


ନେତାଏ ସିନା ନାଲିସି କରି ଦେଶ କରନ୍ତି ଖୋଳ, 

ଜନତା ଖାଲି ଜୋକର ସାଜି କରନ୍ତି କୋଳାହଳ ll



Rate this content
Log in

Similar oriya poem from Inspirational