କେତକୀ ଫୁଲ
କେତକୀ ଫୁଲ
କେତକୀ ଫୁଲଟି ମାଆ କୋଳେ ମୋତେ
ଡାକୁଛି ଜାଗର ଦିନ.
କିଆ ଫୁଲ ଡାକେ ମୋତେ ନିଅ ଆଗେ.
ରୁଦ୍ରେ କର ସମର୍ପଣ । (0)
ଜାଗରରେ ଯାଇ ଜାଳିବି ଯେ ଦ୍ବୀପ.
ଉଜାଗର ରହି ରହି.
ତା ପାଦେ ଭକତି ଅର୍ଘ୍ୟ ଢାଳି ଦେଇ
ରହିଥିବି ମୁହଁ ଚାହିଁ.
ତ୍ରିଭୁବନେ ସେହି ପିନାକ ଧାରି ଯେ
ଚରଣେ ତାର ବନ୍ଦନ । (1)
କିଆ କେତକୀର ଫୁଲ ଚଢାଇବି
ବେଲପତ୍ର ପାଦ ତଳେ
କ୍ଷୀର କଦଳିରେ ତା ଅଙ୍ଗ ଧୋଇବି
ବସିବି ଧ୍ୟାନେ ନିରୋଳେ.
ତୃତୀୟ ନୟନ ଅଛି ବୋଲି ପ୍ରଭୁ
ନାମ ତୁମ ତ୍ରିଲୋଚନ । (2)
କିଏ କୁହେ ଶିବ ବିବାହ କରିଲେ
ଜାଗର ତିଥିର ଦିନ
କିଏ କୁହେ ବିଷ ପାନ କରିଥିଲେ
ହେଲା ନୀଳକଣ୍ଠ ନାମ.
ଗଙ୍ଗା ମାତା ସଦା ମସ୍ତକେ ଥାଆନ୍ତି
ତା ଚରଣେ ଥାଉ ମନ । (3)