କେତେ ଯେ ସେଫାଳୀ ଝଡି ତ ଗଲେଣି
କେତେ ଯେ ସେଫାଳୀ ଝଡି ତ ଗଲେଣି
ପାଞ୍ଚ ଶହ ବରଷ ପ୍ରତୀକ୍ଷାର ଅନ୍ତେ
ଯୁଦ୍ଧଜୟୀ ହୋଇ ରାମ
ହେଲେଣି ଉପସ୍ଥିତ, ଭାରତୀୟଙ୍କର
ପୂର୍ଣ୍ଣ ହେବ ମନସ୍କାମ ।
ସରବେ ଅଛନ୍ତି ଅପେକ୍ଷାରେ ଉଦାସିଆ
ଅନ୍ୟାୟ ରାତି ପରେ
ବାଜୁଛି ବାଜା କୁଳୁକୁଳୁ ଝରଣାରୂପୀ
ଆନନ୍ଦଭରା ଶବଦରେ ।
ବିଭିନ୍ନ ବାସ୍ନାର ମହକରେ, ଆରେ ମଣିଷ
ତୁ ସପନ ଦେଖୁଛୁ,
ପ୍ରେମ ଦୟା କ୍ଷମା ସହ ଏ ଦେଶେ ରାମ
ରାଜ୍ୟ ହେବ ଭାବୁଛୁ ।
ସ୍ବପ୍ନ ଫଗୁଣରେ ମେଞ୍ଚା ମେଞ୍ଚା ଅବିରରେ
ଫଗୁଣକୁ ଖୋଜୁଛୁ
ଦୁର୍ନୀତିର ଗନ୍ତାଘରେ ରାମରାଜ୍ୟ କଥାଟି,
ଚିନ୍ତା କିଆଁ କରୁଛୁ ।
ଦଳୀୟ ମାୟା ବନ୍ଧନେ ପଡିଛି ତୋ ମନ
ନାହିଁ ତାର ଗତି ମୁକ୍ତି
ପୁଂଜିପତିର ଶୋଷଣ କଷଣ ବିସ୍ତାର କରି
ଅଛି ଯେବେ ତୋ ମତି ।
ମୁଁ ତ ସର୍ବସ୍ୟ, ନିତ୍ୟ ବିରାଜି ଯେବେ
ମନଟିରେ ରାଜୁତି କରଇ
ବାହାସ୍ଫୋଟ ମାରିଲେ ଖାଲି, ସତ୍ୟର ରାଜୁତି
ହୁଏ କେବେ କି ଭାଇ ।
ଯେବେ ଜଣେ କହଇ ବିରାଟ, ଦୁନିଆରେ
ପାରିବ କିଏ ହରାଇ
ରହିବ ନାହିଁ ଗର୍ବ, ନରହିବ ଚିହ୍ନ ବର୍ଣ୍ଣ କହିଲେ
ସଭିଙ୍କୁ ଜିଣିବି ମୁହିଁ ।
ସୁନେଳି କିରଣେ ଘାସ ଗାଲିଚାରେ ଝରା
ସେଫାଳୀର ହୁଏ ଶେଷ
କେତେ ଯେ ସେଫାଳୀ ଝଡି ତ ଗଲେଣି
ମନେ ନେଇ ଅବଶୋଷ।