STORYMIRROR

Dharmananda Maharana

Romance

3  

Dharmananda Maharana

Romance

କେତେ ମାନ ଅଭିମାନ

କେତେ ମାନ ଅଭିମାନ

1 min
239


କେତେ ରାଗ ସଖୀ ଦେଖାଅ'ଗୋ ପୁଣି,କେତେ ମାନଅଭିମାନ

ମନେ ପଡ଼ିଗଲେ ତୁମ ଆଚରଣ, ଘାରି ହୋଇଯାଏ ମନ ।


ଅଳ୍ପ ଅଳ୍ପକରେ ରୁଷି ଯାଅ ତୁମେ, ପୁଣି ଉଗ୍ରରୂପ ଧର, 

ଦେଖିଦେଲା କ୍ଷଣି ତବ ଉଗ୍ରରୂପ,ମନେ ଲାଗୁଥାଏ ଡ଼ର, 

ମିଛ ମିଛଟାରେ ପଣ କରେ ମୁହିଁ,ଶାନ୍ତ କରିବାକୁ(ତୁମ)ମନ, 

କେତେ ରାଗ ସଖୀ ଦେଖାଅ'ଗୋ ପୁଣି,କେତେ ମାନ ଅଭିମାନ।


କ୍ଷଣିକ ମଧ୍ୟରେ ରାଗ ଥମେ ତବ, କଥା ମିଛ ପଦକରେ, 

ଭରେ ନାହିଁ ମନ ଦେଖୁଥିବି ତାହା,ସଦା ଭାଳେ ବାରବାରେ ।


ବ୍ୟାଧିଜାତ ବେଳେ ଯତ୍ନ ନେଉଥାଅ,ଯେହ୍ନେ ସେବିକାଟେ ପରି, 

ବିନତି କର ଯେ' ଆରୋଗ୍ୟ ପାଇଁକି, ବିଧାତାଙ୍କୁ ଝୁରିଝୁରି, 

ପାର୍ଶ୍ୱରେ ବସିଣ ନିରନ୍ତରେ ତୁମେ, ଦେଖୁଥାଅ ତନ ତନ, 

ମନେ ପଡ଼ିଗଲେ ତୁମ ଆଚରଣ, ଘାରି ହୋଇଯାଏ ମନ ।


ଆନନ୍ଦେ ଧରମା ବୁଝାଏ ମନକୁ , ଅତୀତକୁ କରେ ଇତି, 

ଧିରେଧିରେ ପୁଣି ହୋଇଯାଏ ସିଏ, କରମର ବଶବର୍ତ୍ତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance