କେମିତି ତୁମକୁ ମୁଁ ଭୁଲି ପାରିବି
କେମିତି ତୁମକୁ ମୁଁ ଭୁଲି ପାରିବି
କେମିତି ତୁମକୁ ମୁଁ ଭୁଲି ପାରିବି ଯେ...
ତୁମେ ତ ମୋ ପ୍ରେରଣା...
ତୁମକୁ ନେଇ ଖୋଜି ଚାଲିଛି ମୋ ଠିକଣା
ତୁମେ ମୋ ଲକ୍ଷ୍ୟପଥ ବୁଲେ ମୁଁ ତୁମ ଅକ୍ଷରେ
ତୁମେ ମୋ ଭରସା ବିଶ୍ବାସର
ତୁମକୁ ନେଇ ମୁଁ କେବେ ସ୍ବପ୍ନ ଦେଖେନି
ଭାବେ ବାସ୍ତବ ଜୀବନର ଅନେକ କିଛି
ତୁମେ ଜାଣ ମୁଁ ତୁମକୁ କେତେ ଭଲ ପାଏଁ
ମୁଁ ମଧ୍ୟ ଅନୁଭବ କରିଛି
ତୁମ ଭଲ ପାଇବାର ଗଭୀରତା
କିଛି ଦ୍ଵନ୍ଦ୍ଵ ନ ଥାଇ ବି...
ତୁମେ କୁହ ଯେତେବେଳେ ସନ୍ଦେହ ରଖି
" ମୋତେ ତୁମେ ଭୁଲିଗଲ..."
ଆଘାତ ଲାଗେ ମୋ ମନରେ ପ୍ରାଣକୁ ବାଧେ
ମୋ ଭିତରୁ ପ୍ରଶ୍ନଟିଏ ଉଙ୍କି ମାରେ
କେମିତି ତୁମକୁ ମୁଁ ଭୁଲି ପାରିବି ଯେ...
ଦୁଇଟି ମନ ଏକ ହୋଇଛି ପରା
ଏକାତ୍ମ ଆମର ଭାବ ଭାବନାର ଆଶା ଆକାଂକ୍ଷା
ତୁମର ଏ ସନ୍ଦେହ ମୋତେ କଷ୍ଟ ଦିଏ
ମୁଁ ନିଜକୁ ଦେଖେ... କାହିଁ ଅବହେଳା କରିନି ତ
ବହୁତ ଭାବେ...ନିଜ ତ୍ରୁଟି ନିଜକୁ
ସହଜରେ ଜଣା ପଡ଼େ ନାହିଁ...
ସେମିତି କିଛି ହେଉଥିଲେ ସ୍ପଷ୍ଟ ନିର୍ବିକାରରେ
ତୁମେ ଯେତେବେଳେ ହେଉ କହିବ
ମଣିଷ ମାତ୍ରକେ ତ ଭୁଲ୍......
ଅଜାଣତରେ ହୁଏତଃ ମୁଁ କରୁଥିବି
ଆନ୍ତରିକତା ବଞ୍ଚି ରୁହେ... ଦୀର୍ଘାୟୁ ହୁଏ
ପରସ୍ପରର ଅଖଣ୍ଡ ବିଶ୍ଵାସ ଓ ଦୃଢ଼ ବୁଝାମଣାରେ
ସେଇ ତ ପ୍ରକୃତ ପ୍ରେମକୁ ସାକାର କରେ
ଦୁନିଆଁରେ ସ୍ଵତନ୍ତ୍ର ପରିଚୟ ଆଣିଦିଏ
କେବେ ବି ମୋ ମନକୁ ଏମିତି ପ୍ରଶ୍ନଟିଏ ଆସିନି
ତୁମକୁ ନେଇ ଆଶଙ୍କାରେ କି ସନ୍ଦେହରେ
ମୋ ଆତ୍ମବିଶ୍ଵାସକୁ ଦୁର୍ବଳ ହେବାକୁ ଦିଏନି ଜମା
ତୁମକୁ ମୁଁ କହିଛି କି କେବେ...
" ମୋତେ ତୁମେ ଭୁଲିଗଲ..." ବୋଲି
ଆରେ...ମନରେ ପ୍ରାଣରେ ଯିଏ
ହୃଦୟରେ ଥରେ ଜାଗା କରି ନେଲେ ସିଏ
ତାକୁ କ'ଣ କେବେ ଭୁଲି ହୁଏ କି...
ତେଣୁ ତୁମେ ଥରେ ନୁହେଁ ବାରମ୍ବାର ଭାବ
କେମିତି ତୁମକୁ ମୁଁ ଭୁଲି ପାରିବି ଯେ ।