କେମିତି ମାପିବୁ କହ
କେମିତି ମାପିବୁ କହ
ବିଚିତ୍ର ଭଙ୍ଗା ଦର୍ପଣ
ଗୋଟେ ମୁହଁ ର କେତେ ପ୍ରତିଛବି !
ବିସ୍ମିତ ନିଭେଇ ପାରୁ ନଥିବା
ସମ୍ପର୍କ ଛାଇର କରାମତି ଦେଖି
ଚାଲୁଛି ମୋ ମୋ ସହ ଅହରହ !
ଅଦ୍ଭୁତ ଏ ଦୁନିଆଁ ରଙ୍ଗମଞ୍ଚ
ମଲା ପରେ ବି ଅଭିନୟ କରିବାକୁ ବାଧ୍ୟ
ଅଜଣାପଥ, ଲକ୍ଷ୍ୟ
ଏବଂ
ତୁ ଆଉ ମୁଁ
ତଥାପି ଚାଲିଛେ ପାଖା ପାଖି ।
ମୁଁ ଜାଣେନା
କଣ, କାହିଁକି, କେମିତି
କେଉଁଠୁ
ଆରମ୍ଭ କେଉଁଠି ହେବ ଶେଷ ଏ ଯାତ୍ରା
ତୁ ବି କଣ ଜାଣିଛୁ କି ?
ଏତିକି ଜାଣିଛି କିନ୍ତୁ
ତୁ ଅଛୁ ମୋ ଭିତରେ
ଏ ନିଃଶ୍ବାସ ଚାଲୁଥିବା ଯାଏ।
ଲୁହ ମାନେନି ଆଖି ଏରୁଣ୍ଡି
ବହି ପଡେ
ହୋଇ ବୁନ୍ଦା ବୁନ୍ଦା
ତୋତେ ଅନୁଭବୀ
ମିଠା ମିଠା ଦରଜ
ମୋତେ ଅଣନିଃଶ୍ଵାସୀ କରନ୍ତି
ମାଛ କଣ୍ଟା ଲାଗିଯାଏ
ଅବା ମୋ ତଂଟିରେ।
ଏଇ ଟିକକ ପାଇଁ ତ
ନିଃଶ୍ଵାସ
ଚାଲୁଛି ମୋ ଭିତରେ
ମନେ ରଖିବୁ
ଖୁବ୍ ଭଲ ପାଏ ତୋତେ
ମୁଁ ସତରେ
ସେଥିପାଇଁ ତ ପ୍ରତି କ୍ଷଣେ
ମୁଁ ଭାଙ୍ଗି ହେଉଥାଏ ଖଣ୍ଡ ଖଣ୍ଡ ।
ତୁ କଣ ବୁଝିବୁ ଯେ
ତୋର ଧକ ଧକ୍ ଧକ୍ କରୁଥିବା
ବାଁ ଛାତିପଟେ କଣ ସେଇଟା ହୃଦୟ !
ସେଇଟା ବା ମେସିନ୍ ଟିଏ ତୋର
ମସ୍ତିଷ୍କ ତୋର କାଇଁ ଯେ ବୁଝିବାକୁ
ମୋ ନିଃସର୍ତ୍ତ ପ୍ରେମକୁ ?
ସେଇଟା ସୁଦୁ ଗୋଟେ କାଲ୍ କୁଲେଟର୍
ତୁ କଣ ରକ୍ତ ମାଂସର କଣ୍ଢେଇ
ତୁ ବା ଗୋଟେ ରୋବର୍ଟ
କେମିତି ମାପିବୁ କହ
ମୋ ପ୍ରେମ ସମୁଦ୍ରକୁ ?