Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ansuman Swain

Classics

4  

Ansuman Swain

Classics

କେମିତି କରିବି ବିଶ୍ୱାସ କାହାକୁ

କେମିତି କରିବି ବିଶ୍ୱାସ କାହାକୁ

1 min
182


କେମିତି କରିବି ବିଶ୍ୱାସ କାହାକୁ

  ମୁଁ ତ ଗୋଟେ ଅବିଶ୍ୱାସୀ 

କେମିତି ପାଇବି ଭଲ ଜେ କାହାକୁ 

   ମୁଁ ତ ଜଣେ ମହା ପାପୀ ।


ବଞ୍ଚି ରହିବାକୁ ଇଚ୍ଛା ନାହିଁ ମୋର

   ମୁଁ ତ ଗୋଟେ ଅଭିଶପ୍ତ

କଳଙ୍କର ଛାୟା ସଦା ହସ୍ତେ ଧରି

   ହେଉଛି ମୁଁ ହନ୍ତ ସନ୍ତ ।

ଆହେ ପ୍ରଭୁ ଜଗନ୍ନାଥ ହୋ.....ଆହେ ପ୍ରଭୁ ଜଗନ୍ନାଥ ....


ଆଖି ଥାଇ ମଧ୍ୟେ ଦେଖି ପାରୁ ନାହିଁ

  କାହାକୁ ଦେବି ମୁଁ ଦୋଷ

ସର୍ଵ ହରା ହୋଇ ସଂସରେ ଜୀଉଛି

     ଆହେ ପ୍ରଭୁ ଜଗଦୀଶ ।


ପୂଜା ପାଠ ମୁହିଁ ନିତି କଲେ ମଧ୍ୟ

    ହୋଇ ପାରୁନାହିଁ ଭକ୍ତ

ଭଜନ କୀର୍ତ୍ତନ ନିତି କଲେ ମଧ୍ୟ

    ଦେଖୁ ନାହିଁ ତମ ମୁଖ ।

ଆହେ ପ୍ରଭୁ ଜଗନ୍ନାଥ ହୋ.....ଆହେ ପ୍ରଭୁ ଜଗନ୍ନାଥ ...



Rate this content
Log in