STORYMIRROR

Santosh Kumar Nayak

Tragedy

3  

Santosh Kumar Nayak

Tragedy

କେମିତି କେମିତି ଲାଗୁଛି

କେମିତି କେମିତି ଲାଗୁଛି

1 min
226


ଅନେକ ମୃତ୍ୟୁ ଦେଖିବା ପରେ

ଜୀବନ ଅବାସ୍ତବ ଲାଗୁଛି,

ବଞ୍ଚିବାର ମୋହ କମି କମି ଯାଉଛି

ଆଉ ମୃତ୍ୟୁ ନିଜର ନିଜର ଲାଗୁଛି ।


କେହି ନୁହନ୍ତି ସେମାନେ ମୋର 

ତଥାପି କାହିଁକି ବଡ ଅଥୟ ଲାଗୁଛି !

ଯନ୍ତ୍ରଣାରେ ମରୁଥିବା ପ୍ରତ୍ୟେକ ମଣିଷ

ସମ୍ପର୍କରେ ମୋର ବାପା ବାପା ଲାଗୁଛି ।


ମୁକ୍ତ ଅମ୍ଳଜାନର ବି ନିଲାମ ଚାଲିଛି

ନିଃଶ୍ୱାସ ନେବାକୁ ଏଠି ଡର ଡର ଲାଗୁଛି,

ଅବିଶ୍ୱାସର ଚଦର ଘୋଡ଼ିହେଲା ପରେ

ଦିନର ଆଲୁଅ ବି ଅନ୍ଧାର ଅନ୍ଧାର ଲାଗୁଛି ।


ମଶାଣି ତ ବହୁ ଦୂର ପାଖ କେହି ମାଡୁନି

ଛାଇ ଡେଇଁ ଗୋଡ଼ ହାତ ଧୋଇବାକୁ ଲାଗୁଛି,

ଶବଟିର ନିଜର ବୋଲି କେହି କେବେ ଥିଲେ

ଭାବିବାକୁ ସତରେ ବଡ ଅବିଶ୍ୱାସ ଲାଗୁଛି !


କିଏ ଭାଷଣରେ ମାତିଛି ତ କିଏ ତୋଷଣରେ ମାତିଛି !

କାହାକୁ ଏସବୁ ପୁଣି ଭାରି ମଜା ଲାଗୁଛି,

ମରଣକୁ ଭୟ ନାହିଁ କହୁଥିବା ଲୋକଙ୍କର

ଆଜିକାଲି ଟୀକା ପାଇଁ ପ୍ରତିଯୋଗିତା ବି ଲାଗୁଛି ।


ହସିବି ନା କାନ୍ଦିବି ଭାବିଲା ବେଳକୁ

ନିଜକୁ ନିଜେ ମୋତେ ପାଗଳ ପରି ଲାଗୁଛି,

ସତରେ ବଞ୍ଚିବାର ମୋହ କମି କମି ଯାଉଛି

ଆଉ ମୃତ୍ୟୁ ନିଜର ନିଜର ଲାଗୁଛି ।।



Rate this content
Log in

Similar oriya poem from Tragedy