କେମିତି ଏ ଦ୍ବିବିିିଧା
କେମିତି ଏ ଦ୍ବିବିିିଧା
ଅବିଶ୍ୱାସର କୁହୁଡି, ସନ୍ଦେହର କୁହେଳି
ଆଚ୍ଛନ୍ନରେ ମୁଁ
ଗଳାହାର ଫାଶୀଫନ୍ଦା କହିିିବି କାହାକୁ
ପ୍ରଶଂସା ଶୁଣିବା ପାଇଁ ଇଚ୍ଛା ମଧ୍ୟ ନାହିଁ,
ଅସହ୍ୟ କାହିଁକି ଲାଗେ ନିତିଦିନ ନିିନ୍ଦା
କେମିତି ଏ ଦ୍ବିବିିିଧା !
ଆଗକୁ ବଢ଼ିବାର ଆଗ୍ରହ,
ଅତୀତକୁ ନ ଛାଡିବା ର ମୋହ
ପୁୁଣି ଅନେକ ଅମୂଲ୍ୟ ମୂହୁର୍ତ୍ତର ବିିଶ୍ଳେଷଣ ରେ ଲୁୁହ
ଜୀବନ ପଥେ ଏଈତ ବାଧା
କେମିତି ଏ ଦ୍ବିବିିିଧା !
ଉଡ଼ିିିବାକୁ ଆକାଶରେ ଡେଣା କିଏ ଦିିଏ
କିିିଏ କହେ ତୋ ଜୀବନ ପଞ୍ଜୁରୀ ରେ ବନ୍ଧା
ପଞ୍ଜୁରୀରେ ଶ୍ବାସ ରୁଦ୍ଧ ହୋଇଲାଣିି ମୋର
ଉଡ଼ିବା ବି ଅଧାକାଶେ ରହିଅଛି ଅଧା
ଗୋଟେ ପଟେ ଡେଣା ମେଲି ଉଡ଼ିବାର ସୁୁଖ,
ଆରପଟେ ମମତା ର ପଟି ନେତ୍ରେ ବନ୍ଧା
କେମିତି ଏ ଦ୍ବିବିିିଧା !
ଓଠ କହେ ନାହିଁ ଯଦି କହିଦିଏ ଆଖି
କହିଦିଏ ଆଖି ଲୁହ ଯାହା ଥାଏ ବାକି
ସ୍ବାର୍ଥ ଭାବ ମନେ ରଖି ମମତା କେ ପାରେ ଦେଖି
ପ୍ରେମ ଦେଖେ ନାହିଁ ତାର ପଥେ କେତେ ବାଧା
କେମିତି ଏ ଦ୍ବିବିିିଧା !
ଭଜେ କାହ୍ନାନାମ ମନେ ମୀରା ଭାବ ବହି
ଭକ୍ତି ଭାବେ ପୂୂୂଜେ ନିିତି ପ୍ରେମ ଚାହେଁ ନାହିଁ
ଭାବ ବହେ କୂଳ ଲଙ୍ଘି ମର୍ଯ୍ୟାଦା ର ବନ୍ଧ ଭାଙ୍ଗି,
ପିିିିଇଗଲି ବିଷ ଯେତେ ସହିଗଲି ନିନ୍ଦା
ଚିିିନ୍ତା କରେ ଚାଲିଯିବି ତା' ଠୁ ବହୁ ଦୂୂର
ହେଲେ ମୋ ମନ ତ ଭକ୍ତି ଶିକୁଳିରେ ବନ୍ଧା
କେମିତି ଏ ଦ୍ବିବିିିଧା !
