କେହିଜଣେ ପଥର ପରି
କେହିଜଣେ ପଥର ପରି
ଗୋଟେ ଲୁହର ଦୁର୍ଗ ଦେଖିଛ ?
ସବୁ ଆଡ ମେଲା ମୁକୁଳା
ଚାରିପଟେ ସ୍ଵାଗତ ତୋରଣ
କେହି ଆସେନା ତ...!
ମଝିରେ
ବରଫର ମୂର୍ତ୍ତି ପରି କେହି ଜଣେ
କେବେ ତରଳୁଛି ତ
କେବେ ପଥର ପରି
ଅଥଚ ତରଳୁ କି ପଥର ଥାଉ
ଆଖି ହଳକ ବଦଳି ଯାଉନି କେବେ
ଗୋଟେ ଅସରନ୍ତି ଅପେକ୍ଷା
କ୍ରମଶଃ ବିସ୍ତରି ଯାଇଛି ଆଦିଗନ୍ତ
ଛବି ଆଂକିବକି ତା'ର ?
ସବୁଠୁ କରୁଣ ତମ ଛବିଟିଏ
କୁହତ କିଏ ସେ....?
