STORYMIRROR

Ansuman Swain

Drama

3  

Ansuman Swain

Drama

କେହି ନୁହଁ କାହାର

କେହି ନୁହଁ କାହାର

1 min
183


ନିଜ ଅଙ୍ଗ ଏଠି ନିଜର ନୁହଁଇ 

  ମୋର ,ମୋର ବୋଲି କାହାକୁ ବୋଲଇ 

ଆଜି ଅଛି ଏ ଦେହ କାଲିକି ନାହିଁ

   କ୍ଷଣିକରେ ଚୁନା ସବୁତ ହୁଅଇ 

ନିଶ୍ୱାସକୁ ବନ୍ଧୁ ନାହିଁ ଯେ ବିଶ୍ୱାସ 

   କେବେ ପର କରି କରିବ ନିରାଶ 

ଚାହୁଁ, ଚାହୁଁ ଏ ଦେହ ହୋଇବ ଲିନ

     ଜଳି ଯିବ କ୍ଷଣିକରେ ଏ ଜୀବନ 

ନିଜ ବସ୍ତ୍ର ଏଠି ନିଜର ନୁହଁଇ

    ମୋର,ମୋର ବୋଲି କାହାକୁ ବୋଲଇ 

ଆଖି ବୁଜି ଦେଲେ ସବୁତ ଅନ୍ଧାର 

   କାହିଁକି ରଖିବା ମନେ ଅହଂକାର 

ଭାବ ଭକ୍ତି ଧାରେ ଚାଲୁଥିବା ନିତି

      ସୁକର୍ମେ ନିଜର ପାଦ ଥାପି ,ଥାପି 

ଏ ଆଖି ଥାଇ ମଧ୍ୟ କିଛି ଦିଶେ ନାହିଁ

   କାହାକୁ କହିବ ବନ୍ଧୁ କାହାକୁ ଭାଇ

 କିଏ ବା ଜାଣିଛି କେବେ ଜଳିବ ଜୁଇ

    ମୋର ,ମୋର ବୋଲି କାହାକୁ ବୋଲଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama