କେହି ନୁହଁ କାହାର
କେହି ନୁହଁ କାହାର
ନିଜ ଅଙ୍ଗ ଏଠି ନିଜର ନୁହଁଇ
ମୋର ,ମୋର ବୋଲି କାହାକୁ ବୋଲଇ
ଆଜି ଅଛି ଏ ଦେହ କାଲିକି ନାହିଁ
କ୍ଷଣିକରେ ଚୁନା ସବୁତ ହୁଅଇ
ନିଶ୍ୱାସକୁ ବନ୍ଧୁ ନାହିଁ ଯେ ବିଶ୍ୱାସ
କେବେ ପର କରି କରିବ ନିରାଶ
ଚାହୁଁ, ଚାହୁଁ ଏ ଦେହ ହୋଇବ ଲିନ
ଜଳି ଯିବ କ୍ଷଣିକରେ ଏ ଜୀବନ
ନିଜ ବସ୍ତ୍ର ଏଠି ନିଜର ନୁହଁଇ
ମୋର,ମୋର ବୋଲି କାହାକୁ ବୋଲଇ
ଆଖି ବୁଜି ଦେଲେ ସବୁତ ଅନ୍ଧାର
କାହିଁକି ରଖିବା ମନେ ଅହଂକାର
ଭାବ ଭକ୍ତି ଧାରେ ଚାଲୁଥିବା ନିତି
ସୁକର୍ମେ ନିଜର ପାଦ ଥାପି ,ଥାପି
ଏ ଆଖି ଥାଇ ମଧ୍ୟ କିଛି ଦିଶେ ନାହିଁ
କାହାକୁ କହିବ ବନ୍ଧୁ କାହାକୁ ଭାଇ
କିଏ ବା ଜାଣିଛି କେବେ ଜଳିବ ଜୁଇ
ମୋର ,ମୋର ବୋଲି କାହାକୁ ବୋଲଇ
