କେହି ଜଣେ ଆସିଥିଲା
କେହି ଜଣେ ଆସିଥିଲା
କେହି ଜଣେ ଆସିଥିଲା ସେଦିନ
ସେଦିନ ସେ ବର୍ଷି ନଥିଲାଯେ,
ଭରିଦେଇଥିଲା ପ୍ରତି ଫୁଲରେ ପ୍ରାଣ,
ସତେଜ ସତେଜ ହୋଇଥିଲେ ପତ୍ରରାଜି,
ତତକ୍ଷଣାତ ପର୍ଣ୍ଣମୋଚି ଅରଣ୍ୟ ଟା ହୋଇଥିଲା ସବୁଜ,
ଖୁସିରେ ଗାଇଥିଲେ ତରୁ -ଲତା,କୀଟ-ପତଙ୍ଗ ମିଶି,
ଆବାହନି ସଙ୍ଗୀତ ।
ମୁଁ କିନ୍ତୁ ବସିଥିଲି ସେମିତି ଧୀର-ସ୍ଥିର ନିର୍ବାକ,
ଶବ୍ଦ ସବୁ ଆସି ଲେଉଟିଯାଉଥିଲେ ମନ ଦ୍ୱାରରୁ,
ନାଁ ମୁଁ ଖୁସିରେ ହସି ପାରୁଥିଲି,
ନାଁ ମୁଁ ଦୁଃଖରେ କାନ୍ଦି ପାରୁଥିଲି,
ତଥାପି ନିଜକୁ ବୁଝାଇ ପଚାରି ଚାଲିଥିଲି ପ୍ରଶ୍ନ ଗୁଡିଏ,
ଏସବୁ ଉତ୍ପତିର କାରଣ କଣ ?
ବିଧିର ବିଧାନ ନାଁ ଆପଣା କର୍ମ,
ଉତର କିନ୍ତୁ ଆଜି ଯାଏଁ ଅସମାହିତ ।
ଅନେକ ଥର ଆହତ ହେଲା ପରେ ସ୍ଥିର କରେ,
ଏମିତି ଭୁଲ ଆଉ କେବେ ହେବନି,
ହେଲେ ପାରେନି ମୁଁ !
କେବେ ମନକୁ ନିୟନ୍ତ୍ରଣ କରି କେବେ ପରିସ୍ଥିତିକୁ,
ଶେଷରେ ପରିଚିୟ ସୀମିତ ହୁଏ" ବିଚରା "ରେ,
ପ୍ରିୟଜନଙ୍କ କିଛି ସମୟ ଲାଗି "ଓଃ"ଚୁ--ଚା,
କିନ୍ତୁ ଅବଶେଷରେ ମୁଁ ସେମିତି ପଡ଼ିଥିଲି ଏକ କୋଣରେ,
ସଭିଙ୍କ ଆଖୋଜା ଅଲୋଡ଼ା ହୋଇ,
ଭାବୁଥାଏ "କାହିଁକି ତୁମେ ଆସିଥିଲ ଠିକ ବର୍ଷା ବିଜୁଳି ଭଳି" ।

