Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

କେବଳ ମୁଁ

କେବଳ ମୁଁ

1 min
166



ମୁଁ,  ତୁମ ଠାରୁ ବଡ

ମୁଁ,  ଆମ ଠାରୁ ବଡ

ମୁଁ,  ଛୋଟ

କିନ୍ତୁ, ତୁମେ ଆମେ ସମସ୍ତଙ୍କ ଉପରେ ଆଧିପତ୍ୟ


ମୁଁ, ଯଦି ଅବୁଝା

ଭଲରେ ହେଉଥିବା ଖେଳ ବି ନଷ୍ଟ

ହିରୋ ର ସତ୍ତା ରହିବନି,ଜିରୋ ହେଇଯିବ

ଗୋଟିଏ ଧକ୍କାରେ

ଉପରୁ ତଳକୁ ଖସିବ

ଚେହେରା ବଦଳି ,ମାଟିରେ ଲୋଟିବ।


ମୁଁ,  ଏକ ଶକ୍ତିଶାଳୀ ମଲ୍ଲ ଯୋଦ୍ଧା

    କୁସ୍ତି ରେ ଧୁରନ୍ଧର

    ବିଶ୍ରାମ ନ ଥାଇ

ମୁଁ, ର ମୁଷ୍ଟି ମାଡ଼ ପରେ

ଖସି ଯିବାର ସୁଯୋଗ ନାହିଁ।


ମୁଁ,   ଯେତେବେଳେ ମନରେ ରହି

    ପ୍ରାଧାନ୍ୟ ବିସ୍ତାର କରେ

    ଇତିହାସ ବି ସାକ୍ଷୀ ଅଛି

    ରାମ,ରାବଣକୁ 

    କୃଷ୍ଣ, କଂସକୁ

    ଭୀମ, ଦୁର୍ଯୋଧନ କୁ ପରାସ୍ତ କରିଛି।


ମୁଁ,  ବଡ ଧୁରନ୍ଧର

    ସବୁ ସମ୍ପର୍କରେ ଫାଟ କରାଏ

    ବାପା ପୁଅ,ଭାଇ ଭାଇ, ସ୍ବାମୀ ସ୍ତ୍ରୀ

    ସାଙ୍ଗ ସାଥି ସଭିଙ୍କ ଭିତରେ ଅମେଳ।


ମୁଁ,  ରେ ମୋର ଅସ୍ତିତ୍ବ

ମୁଁ,  ରେ  ମୋର ଅଭିବ୍ୟକ୍ତି

ମୁଁ,  କୁ ବନ୍ଧନ ଭିତରେ ରହିବା ଜରୁରୀ

ମୁଁ,  ରୂପୀ ଘୋଡାକୁ ଲଗାମ୍ ଲାଗିବା ବିଧେୟ

ମୁଁ,  ତୁମ ଆଶ୍ରିତ ନୁହେଁ

ମୁଁ,  ଠାରୁ ତୁମେ ଆଶ୍ରୟ ଚାହିଁବ

ମୁଁ,  କୁ  ମୁଣ୍ଡ ଉପରେ ନାହିଁ

ମୁଁ,  କୁ ପାଦ ତଳେ ବି ଚାପ ନାହିଁ

ମୁଁ,  କୁ ' ମୁଁ ' ରୁ ହାଲୁକା ରଖିବା ଉଚିତ

ମୁଁ  ଜୀବନରେ ରହୁ,ଲୁଣ ପରି

ଯେତିକି ଆବଶ୍ୟକ,ସ୍ଵାଦ ଅନୁଯାୟୀ।






Rate this content
Log in

Similar oriya poem from Abstract