ତୁ ବଡ଼ ବିଚିତ୍ର
ତୁ ବଡ଼ ବିଚିତ୍ର
କାଳ ର କପୋଳ ରେ ତୁ ଆଡମ୍ବରତା ର ସମ୍ଭାର
କେବେ ଯଶୋଦା ର ତ ଆଉ କେବେ ଦେବକୀ ର
ସତରେ ତୁ ବଡ଼ ବିଚିତ୍ର
ତୁ ଅନନ୍ତ ବ୍ରହ୍ମାଣ୍ଡ ରେ ସୃଜନତାର ସୁତ୍ରଧର
ହେଲେ ସଂଘର୍ଷ ର ଚରମ ସୀମା ରେ ସୃଜନ ତୋହର
ସତରେ ତୁ ବଡ଼
ଘୋର ଅନ୍ଧକାର କାଳିମା ରେ
ତୁ ସାଜିଥିଲୁ କରାଗୃହ ର ଚନ୍ଦ୍ରମା
ଜନ୍ମରୁ ଜାଦୁଗର ତୁ ଅବର୍ଣ୍ଣନୀୟ ତୋର ଗାରିମା
ସତରେ ତୁ ବଡ଼
ଆଜି ନିରାକାର ରୁ ସାକାର ବ୍ରହ୍ମ ର ଉନ୍ମିଳନ
ଆଜି ବାସୁକି ପାଇଛି ଦୈବୀ ଚେତନା
ଯହିଁ ବାରିଦ କରୁଛି ଗମ୍ଭିର୍ଯ୍ୟ ର ଗର୍ଜନ
ସତରେ ତୁ ବଡ଼
ହିନ ମାନବେ ଆଜି ଉଦ୍ଦବେଳିତ ହୋଇଛି
ଧର୍ଯ୍ୟ,ସତ୍ ସାହାସ,
ଓ ନିର୍ଭୀକତା ର ମୁକ୍ତ ଝର
ମୁକ୍ତ ଝର ର ସେ ଉର୍ମି ମାଳ ରେ ପ୍ରବାହିତ ନନ୍ଦ କୁମାର
ସତରେ ତୁ ବଡ଼
ସେ ଗଳା ର ମଳି ହେବ ଦୁଇ ରଙ୍କୁଣୀ ଙ୍କର
ଆଉ ଦୁଇ ନାଆ ରେ ପାଦ ଦେଇ ହରାଇବ ଦୁଇ ସମ୍ପର୍କ ମମତା ର
ସତରେ ତୁ ବଡ଼
ପୁଣି ସେ ଦ୍ୱାହି ଦେବେ ସାକାରତା ର
ଯେଉଁଥିରେ ସେ ନାହିଁ ଦେବକୀ ର ନା ଯଶୋଦା ର
ନା ରାଧା ର ନା ମୀରା ର
ସେ ସଭିଙ୍କ ର ଓ ସଭିଏଁ ତାର
ସତରେ ତୁ ବଡ଼
ଜଳ ବୁଦ୍ ବୁଦ୍ ପ୍ରାୟ ବିଲୀନ କରିବେ ପ୍ରାଚୀନ ଓ ରିକ୍ତ
ପ୍ରଥା ର
ଶ୍ରୁଜିବେ ନୂତନ ଗାଥା ପ୍ରଥା ଓ ସ୍ୱର୍ଣୀମ ଇତିହାସ ର
ସତରେ ତୁ ବଡ଼ ବିଚିତ୍ର
ସତରେ ତୁ ବଡ଼ ବିଚିତ୍ର।