STORYMIRROR

Bharatabandhu Biswal

Tragedy Crime

4  

Bharatabandhu Biswal

Tragedy Crime

କେବେ ପଚାରି ନଥିବା ପ୍ରଶ୍ନ

କେବେ ପଚାରି ନଥିବା ପ୍ରଶ୍ନ

1 min
246


କହନ୍ତି ସୁଜ୍ଞାନୀ ଜୀବନର ଲକ୍ଷ୍ଯ 

ଧର୍ମ ଅର୍ଥ କାମ ମୋକ୍ଷ 

ଅବୁଝା ତଥାପି ଜୀବନ ରହସ୍ଯ 

ପ୍ରଶ୍ନବାଚୀ ବଡ ଏକ ।


ଦେଖାଏ ବହୁତ ଭେଳିକି ବିଜ୍ଞାନ 

ବଢାଏ ଆବଶ୍ୟକତା

ବଢେ ରୋଗ ଦାଉ ଯୁଦ୍ଧ ବିଭୀଷିକା

ଯନ୍ତ୍ର ପ୍ରତି ନିର୍ଭରତା ।


ପଚାରି ହୁଏନା କେବେ ବି କାହାକୁ

ଭଣ୍ଡାମୀ ଚାଲେ ପ୍ରବଳ

ମିଳେନି ସହଜ ସମାଧାନ ସୂତ୍ର 

ସଠିକ ପ୍ରଶ୍ନ ଉତ୍ତର ।


ରାଜନୀତି ନାମେ ଚାଲଇ ଅନୀତି

କ୍ଷମତା ଗୋଷ୍ଠୀ କନ୍ଦଳ 

ବଢେ ସମାଜରେ ଅଧର୍ମ ଅନ୍ଯାୟ 

ଦୁରାଚାର ବ୍ଯଭୀଚାର ।


ସୁଯୋଗ୍ଯ କାହିଁକି ପାଏନା ସମ୍ମାନ 

ଗୁଣ ହୁଏ ହତାଦର 

କାହିଁକି ଆଇନ ନ୍ଯାୟ ପ୍ରଶାସନ

ଦୁର୍ବଳ ହୁଏ ନିଥର ।


ସତ୍ଯ ପ୍ରତି ନିଷ୍ଠା ଉତ୍ତରଦାୟିତ୍ଵ

କାହାର ଯେଉଁଠି ନାହିଁ

ମିଳିବା ଉତ୍ତର ଅତ୍ଯନ୍ତ ଦୁରୁହ

ପ୍ରଶ୍ନ କେ ପଚାର ନାହିଁ ।


   


Rate this content
Log in

Similar oriya poem from Tragedy