STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

କେବେ ବୁଝିବା ପରିବେଶର ଗମ୍ଭୀରତା

କେବେ ବୁଝିବା ପରିବେଶର ଗମ୍ଭୀରତା

1 min
140


ରକ୍ତ, ମାଂସ ଓ ଅସ୍ଥି ର ସମାହାର 

ଅଟେ ମଣିଷର ଦେହ

ଯାବତ ଯନ୍ତ୍ରଣା ଭୋଗିବାକୁ ପଡେ 

ତାହାର କାରଣ ଦେହ ।।


ଦେହକୁ ନେଇ ଆମେ ସମସ୍ତେ କରୁ 

କେତେ କଳ୍ପନା ଜଳ୍ପନା

ଦେହ ଭଲ ନାହିଁ, ଲାଗେ କ୍ଲାନ୍ତି, 

ଜୀବନ ଅନ୍ଧକାରମୟ ସିନା ।।


ଏ ଆଖି ଦେଖିଛି ମଣିଷ ଦେହର ରଙ୍ଗ 

ଦିନେ ତ ହୋଇବ ଦୂର

ଆଜି ପାହାଡ, କାଲି ସେଠାରେ ସାଗର 

ସବୁ ତ ହୁଏ ଧୂସର ।।


ଦିନେ ମୃତ୍ୟୁର ପରଓ୍ବାନାରେ ଦେହର 

ମୂଲ୍ୟ କିଛି ରହିବନି

ତଥାପି ଦେହର ଆକର୍ଷଣ ଓ ପ୍ରତ୍ୟାକର୍ଷଣକୁ

 ଆଡେଇ ହୁଏନି ।।


ଆକର୍ଷଣର ପରିଧି ଅଦ୍ଭୁତ ଲାଗେ 

ଭାବନାର କୋଣେ କୋଣେ

ଗୋଡ ଖସିଯାଏ, ପଙ୍କରେ ଆଉଟୁ ପାଉଟୁ, 

ସୁଖକୁ ଖୋଜଇ ମନେ ମନେ।।


ଖରା ଏତେ କଷ୍ଟ, ଛାଇ ଖୋଜୁଛେ, ଭୟ 

ଲାଗେ କେବେ କଅଣ ଘଟିବ

ସାମନାରେ ଅସରନ୍ତି ରାସ୍ତା, ରାସ୍ତା ତ ଅନେକ, 

ବାଟକୁ ଖୋଜିବାକୁ ପଡିବ ।।


ଭୋଗର ନୈବେଦ୍ୟେ ପାପର ଗଣ୍ଠିଲି 

ଗୋଟାଉଛେ ପ୍ରତି ଦିନ

ଶୀତଳ ଯୁଦ୍ଧ ଚାଲିଛି, କରୁ ବିନାଶ ହୋଇ 

ଯିବାର ସମସ୍ତ ଅଭିଯାନ !


ପ୍ରତୀକ୍ଷାରେ ଗଠିତ ଏ ଜୀବନ, ଝୁରେ 

ଟିକେ ଛାୟା ଓ ମଧୁରତା 

ସୁଶୀତଳ ବାୟୁ , ସୁସ୍ଥ ପରିବେଶ, କେବେ

ବୁଝିବା ତାର ଗମ୍ଭୀରତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract