STORYMIRROR

Sunanda Mohanty

Romance

3  

Sunanda Mohanty

Romance

କେ ଦେବ କହି

କେ ଦେବ କହି

1 min
619

ତୋ ସଙ୍ଗେ ଦେଖା ହେବକି ନା ମୁଁ ଜାଣିନାଇଁ.

ହେଲେ ଭଲ,ନହେଲେ ଯାଏ ଆସେ ନାଇଁ.

ତଥାପି ମନ କହୁଛି,ପଚାରନ୍ତି ଥରେ ତୁ ଭଲ ଅଛୁ ନା ନାଇଁ.

ଭଲ ଥିବୁ ଯଦି ତୁ କଣ କେବେ କହିବୁ ତୋର ମୁଁ ମନେପଡେ କି ନାଇଁ.

ଆଉ ଭଲ ଯଦି ନଥିବୁ ମୁଁ ବି କୋଉ ପଚାରିବି କଣ ପାଇଁ ତୁ ହାଇଁପାଇଁ.

ତୁ ମୋର ସାତପର ହେଲେ ଲାଗୁଛୁ ନିଜର

ଏତେ କଣ ପାଇଁ, ତୁ କହୁ ଟେଲିପାଥି ନାମ ଏହି.

ତେବେ ତ ତୁ ନିଶ୍ଚୟ କହିବୁ ମୁଁ ପରା ତୋ ନିଜର ବାନ୍ଧବୀ ଟି ସେହି,

ଯିଏ ଘଡ଼ିଏ ନଦେଖିଲେ ତତେ ଝୁରି ମରୁଥାଇ.

କୃଷ୍ଣ ସୁଦାମା ନହେଲେ ନାଇଁ, ବନ୍ଧୁ ବା ବାନ୍ଧବୀ ସମ୍ପର୍କ କିଏ ନଯାଣଇ.

ସାତରୁତୁ, ସାତଗଣ୍ଠି, ସାତଫେର ପରେ ବି କେବେ ଅଲଗା ହୁଅନ୍ତି ହିଁ ନାହିଁ.

ସୁଖ ଦୁଃଖ ବାଣ୍ଟିବାକୁ ମନଝୁରେ,

ପଚାରନ୍ତି ତତେ ଥରେ ମୁଁ ଆଉ ମନେ ପଡେକି ନାଇଁ,

ସତ କହରେ ମିତ କାରଣ ଟା ମତେ ସତରେ ଜଣା ନାଇଁ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance