STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

କବିତାଅନ୍ଧକାର

କବିତାଅନ୍ଧକାର

1 min
138


ଆଲୁଅ ଅନ୍ଧାର 

ଜୀବନର ଦୁଇ ପାର୍ଶ୍ବ,

ଚଳିବାକୁ ହୁଏ 

କରି ବିଚାର ବିମର୍ଶ। 

ଆଲୁଅ ଭରି ଦିଏ 

ପ୍ରାଣେ ପୁଲକ 

ଆଣି ଆନନ୍ଦ ଉଲ୍ଲାସ, 

ଅନ୍ଧକାର ଦିଏ 

ଆଘାତ ପରେ ଆଘାତ 

ମଣିଷ ହୁଏ ହତାଶ। 

ପ୍ରତିଟି ଜୀବର ଭବିଷ୍ୟତ 

ଅମା ଅନ୍ଧକାରେ ଭରା,

ବାଟ ଖୋଜୁଥାଏ 

ପାଇବାକୁ ଆଲୋକର ଧାରା। 

ଆଜି ସମାଜେ 

ଅନ୍ୟାୟ ଅନୀତିରେ 

ହିଂସା ଈର୍ଷାରେ 

ନିତି ନିତି ମରି 

ବଞ୍ଚିଛି ଏ ମଣିଷ, 

ପ୍ରତିବାଦ କରେ 

ପ୍ରତିରୋଧ କରେ 

ହରାଇ ଭରସା ବିଶ୍ଵାସ। 

ଆତଙ୍କର ଆଶଙ୍କା 

ଚାଲେ ଅନ୍ଧକାରର ରାଜତ୍ଵ, 

ମିଶି ସାଥେ ତାର 

ପେଶି ହୋଇଯାଏ 

ହରାଏ ନିଜର ଅସ୍ତିତ୍ଵ। 

ଚାରି ଆଡେ ଅନ୍ଧକାରର 

ବିରାଟ ସାମ୍ରାଜ୍ୟ, 

ସଂପର୍କ ସବୁ ଭାଙ୍ଗି ଦେଇ 

ଆତ୍ମସ୍ଵାର୍ଥ ପାଇଁ 

ଖୋଜେ ପ୍ରାଚୁର୍ଯ୍ୟ। 

ଜାଣି ଜାଣି ହୁଏ ଅନ୍ଧ 

ଖୋଲେ ନା ଜ୍ଞାନର ଚକ୍ଷୁ, 

ପାଖରେ ପାଇ ସର୍ବସ୍ବ 

ହୁଏ ଅସହାୟ ଭିକ୍ଷୁ। 

ଛଳନା ପ୍ରତାରଣାରେ

ଅନ୍ଧକାରକୁ କରେ ନିମନ୍ତ୍ରଣ, 

ଛଦ୍ମବେଶେ ଦେଖାଏ 

ଭଦ୍ରଚିତ୍ତୋ ଆଚରଣ। 

ନିଜ ପାଶେ ଥାଉଁ ଥାଉଁ 

ଉଜ୍ଜ୍ବଳ ଆଲୋକର ଉତ୍ସ, 

ଅନ୍ଧକାର ଖୋଜି 

ମାନସିକତାକୁ କରେ ବିଭତ୍ସ।

ମିଛ ମାୟାରେ ପଡି ହୁଏ 

ସ୍ଵାର୍ଥର କ୍ରୀତଦାସ, 

ମୁଖ ମଣ୍ଡଳରୁ 

ହଜିଯାଏ ହସ। 

ଏ ଅନ୍ଧକାର ରାତିର 

ଆସେନା ଶୁଭ ସକାଳ, 

ସତ ମଣିଷ ଖୋଜି ଖୋଜି 

ହୁଏ ଖାଲି ବ୍ୟାକୁଳ। 

ଅନ୍ଧକାର ହଟିବ କେତେ 

ଭାବି ହୁଏ ଅଥୟ, 

ଚିହ୍ନେ ନା କେହି କାହାର 

କ୍ଷତାକ୍ତ ହୃଦୟ। 

  ***  ***  ***

  






Rate this content
Log in

Similar oriya poem from Tragedy