STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

କବିତା

କବିତା

1 min
261

ଜୀବନର ଅନ୍ୟ ନାମ କବିତା

କବିତା ବିନା ଜୀବନ ଜିଇବା 

ଯେତିକି କଷ୍ଟ

କବିତା ଲେଖିବା ମଧ୍ୟ ଏତେ

ସହଜ ନୁହେଁ

କବିଟିଏ ହେବା କଷ୍ଟ

କବିଟିଏ କବିତା କୁ ନେଇ ବଞ୍ଚେ

ଏହା ଏକ ଅହେତୁକ ଆନନ୍ଦଦିଏ

ଜୀବନ ଜିଇଁବାରେ

ଛନ୍ଦ ତାଳ ଲୟ ଯୋଡ଼ିଲେ

କବିତା ହେଇ ଯାଏନି

କବିତା ସ୍ୱର୍ତ୍ତପୁର୍ତ୍ତ ଭାବେ ଝରି ଆସେ

ହୃଦୟରୁ

ଏକ ପୂର୍ଣ୍ଣ ନିର୍ଝରିଣୀ ପରି

ଭାବ ପୂର୍ଣ୍ଣ ପୂର୍ଣ୍ଣତତ୍ତ୍ୱ ହିଁ କବିତା

ସାଗର ର ନୀଳ ଜଳ ରାଶି 

ଲହରୀ ଉ ପରେ କବିତା ଢେଉ

ଭାଙ୍ଗୁ ଥାଏ ପରସ୍ତ ପରସ୍ତ

ଆମ ଅନ୍ଧକାର ରାତ୍ରିର ଆକାଶରେ

ଚିକ ମିକି କରୁଥିବା

କବିତାର ଆଉ ଏକ ରୂପ

ସେ ଶୀତଳ ଝୋଛନା ଜହ୍ନ କୁ ମାଗେ

ମାଟିରୁ ଆକାଶ ଲମ୍ବିଥାଏ

ତାର କଳେବର

ଏ ବିଶ୍ବ ବ୍ରହ୍ମାଣ୍ଡ କବିର

ଲେଖନୀ ମୁନରେ

କବିଟିଏ ସାଉଁଟି ନିଏ

ଅତି ସନ୍ତପଣ ରେ  

ତାର ବୁକୁତଳେ ଚାପି ହୋଇ

ରହିଥାଏ ଅନେକ କୋହ ଭରା 

ଶବଦ

ସେ ଅଣନିଶ୍ୱାସୀ ହୋଇଯାଏ

ଏକା ମୁଁହା ହୋଇ ଧାଉ ଥାଏ

ଖୋଜୁଥାଏ ଅତିକ୍ରମ କରିବାର ରାସ୍ତା 

ବ୍ୟାକୁଳିତ ହୋଇ

ଏହିଝଡ଼ ପୂର୍ଣ୍ଣ ସମୟ କୁ

ଅତିକ୍ରମ୍ କରିବାକୁ

କବିତାହିଁ ଏକ ମାତ୍ର ସାହାରା

ସେ ଲୁହ ପୋଛିଦିଏ

ଛାତି ତଳ ର ତତଲା ନିଶ୍ୱାସ

ସେ ଅନୁଭବ କରେ

ସେ ସମାଜକୁ ବାର୍ତ୍ତା ଦିଏ

ଶୃଙ୍ଖଳିତ କରେ

ବିପ୍ଳବର ସ୍ୱର ତୋଳେ 

ପ୍ରତିଟି ଧମନୀରେ 

ଶାମୁକା ଭିତରେ ମୁକ୍ତାଟିଏ

କବିତା

ଅଣ୍ଟା ସଳଖି ଠିଆ ହେବାର

ସାହସ ଦିଏ ମନରେ

ହୃଦୟ ରେ

ସବୁ ଏକାକାର ତା ଭିତରେ

ସାତ ତାଳ ପାଣି ଭିତରେ

ଶୁଣାଏ ରାଜ କୁମାରୀର କଥା 

ରାଜ କୁମାର ଘୋଡା ଝାପଟାଇ

ଅସୁ ଥିବାର ଶବ୍ଦ

ପଙ୍କରୁ ପଦ୍ମ ତୋଳେ 

ଅନେକ ସୁଗନ୍ଧଭରା ଫୁଲକୁ

ସଜାଇ ଦିଏ 

ତାର ଚାରି ପାଖରେ

ସେ ହରି ଯାଏନି

ପ୍ରେମ କରେ ଅତି ନିଗୁଢ ପ୍ରେମ

ଗଛ ଲତା ପାଣି ପବନ ମାଟି 

ଆକାଶ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର

ସବୁ କିଛି କୁ ସେ ସାଉଁଟି ନିଏ

ତାର ଅଦୃଶ୍ୟ ସତ୍ତା ଭିତରକୁ

ସମସ୍ତ ଦହନ କୁ ଶୀତଳ କରେ

ସତବି ହୁଏ ବାଟ ଦେଖାଏ

ଆତ୍ମୀୟତା ଦିଏ

କାହିଁକିନା ସେ ପର କବିତା

ତାର ରାସ୍ତା ପ୍ରଶସ୍ତ

ଲମ୍ବା ଆହୁରି ଲମ୍ବା ।।


Rate this content
Log in

Similar oriya poem from Abstract