STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

କବିତା

କବିତା

1 min
222

ଆଶା ଆଉ ଭରସାର ଜୀବନେ 

କବିତା ଲେଖେ ମୁହିଁ ଯେ

କବୟିତ୍ରୀ ନୁହେଁ ମୁଁ ଯେ 

ହେଲେ ସମୟ ସ୍ରୋତରେ 

ଲେଖିବା ଗଲି ଶିଖି ଯେ ।


କବିତା ଲେଖୁ ଲେଖୁ 

ଲେଖି ଦିଏ ମନ କଥା ସବୁ

କବିତାରେ ଲେଖେ ଜୀବନର ସତ୍ୟତାକୁ

ପୁଣି ଥରେ ଜୀବିତ କରେ ସପନ ସବୁକୁ ।


ନୁହେଁ ମୁଁ କବୟିତ୍ରୀ 

ହେଲେ ମନର ଭାବନାକୁ ବୁଝଇ 

ପ୍ରକୃତିର ସୁନ୍ଦରତାକୁ ଭଲ ପାଅଇ

ଭଗବାନଙ୍କ ଉପରେ ଆସ୍ଥା ରଖଇ ।


ଜାଣି ନ ଥିଲି ମୁହିଁ 

କବିତା ଲେଖିବା ଦିଅଇ ଏତେ ଶାନ୍ତି ବୋଲି 

ମନର ଅକୁହା ଭାବନା କବିତା ସ୍ରୋତରେ ଯାଏ ବହି

ପଦ୍ୟାବଳୀ ହୋଇ ।


କବିତା ସେ ତ ମନର ଭାବ

କେତେବେଳେ ପ୍ରକୃତିର ହସ

ତ କେତେବେଳେ ହୃଦୟର ବେଦନା

ତ କେତେବେଳେ ମନର ତୃଷ୍ଣା ।


କବିତା ମାଧ୍ୟମ ତ 

ଅକୁହା କଥାର

ଅସଂଖ୍ୟ ସପନର

ସମାଜର ସଂସ୍କାରର

ତ ଗୋପନ ଗାଥାର ।


କବିତାକୁ ଆପଣେଇ 

ପାଇଛି ମୁଁ ଖୁସି 

ଜୀବନ ହୋଇଛି ମୋର ଧନ୍ୟ

ଏହା ଯେ ସାହିତ୍ୟର ଉପହାର ।


ଧିରେ ଧିରେ ଏହି କବିତା 

ଆଣିଛି ମୋ ଜୀବନେ ନୂତନ ଆଶା 

ନୂତନ ସପନରେ ହୋଇଛି ମୋ ଜୀବନ ଭରା

ହୋଇ ରହିବି କବିତା ପୂଜାରିଣୀ ଜୀବନ ସାରା ।


Rate this content
Log in

Similar oriya poem from Abstract