କବିତା
କବିତା
ଆଶା ଆଉ ଭରସାର ଜୀବନେ
କବିତା ଲେଖେ ମୁହିଁ ଯେ
କବୟିତ୍ରୀ ନୁହେଁ ମୁଁ ଯେ
ହେଲେ ସମୟ ସ୍ରୋତରେ
ଲେଖିବା ଗଲି ଶିଖି ଯେ ।
କବିତା ଲେଖୁ ଲେଖୁ
ଲେଖି ଦିଏ ମନ କଥା ସବୁ
କବିତାରେ ଲେଖେ ଜୀବନର ସତ୍ୟତାକୁ
ପୁଣି ଥରେ ଜୀବିତ କରେ ସପନ ସବୁକୁ ।
ନୁହେଁ ମୁଁ କବୟିତ୍ରୀ
ହେଲେ ମନର ଭାବନାକୁ ବୁଝଇ
ପ୍ରକୃତିର ସୁନ୍ଦରତାକୁ ଭଲ ପାଅଇ
ଭଗବାନଙ୍କ ଉପରେ ଆସ୍ଥା ରଖଇ ।
ଜାଣି ନ ଥିଲି ମୁହିଁ
କବିତା ଲେଖିବା ଦିଅଇ ଏତେ ଶାନ୍ତି ବୋଲି
ମନର ଅକୁହା ଭାବନା କବିତା ସ୍ରୋତରେ ଯାଏ ବହି
ପଦ୍ୟାବଳୀ ହୋଇ ।
କବିତା ସେ ତ ମନର ଭାବ
କେତେବେଳେ ପ୍ରକୃତିର ହସ
ତ କେତେବେଳେ ହୃଦୟର ବେଦନା
ତ କେତେବେଳେ ମନର ତୃଷ୍ଣା ।
କବିତା ମାଧ୍ୟମ ତ
ଅକୁହା କଥାର
ଅସଂଖ୍ୟ ସପନର
ସମାଜର ସଂସ୍କାରର
ତ ଗୋପନ ଗାଥାର ।
କବିତାକୁ ଆପଣେଇ
ପାଇଛି ମୁଁ ଖୁସି
ଜୀବନ ହୋଇଛି ମୋର ଧନ୍ୟ
ଏହା ଯେ ସାହିତ୍ୟର ଉପହାର ।
ଧିରେ ଧିରେ ଏହି କବିତା
ଆଣିଛି ମୋ ଜୀବନେ ନୂତନ ଆଶା
ନୂତନ ସପନରେ ହୋଇଛି ମୋ ଜୀବନ ଭରା
ହୋଇ ରହିବି କବିତା ପୂଜାରିଣୀ ଜୀବନ ସାରା ।
