STORYMIRROR

Purna chandra Rana

Abstract

2  

Purna chandra Rana

Abstract

କବିତା-ଶର ଭେଦ

କବିତା-ଶର ଭେଦ

1 min
3.0K

ହଳଦୀ ବସନ୍ତ ଉଡ଼ି ବୁଲୁଥିଲା

ଏ ଶାଖାରୁ ଅନ୍ୟ ଶାଖା

ଆମ୍ବ ବଉଳର ବାସରେ ବାସରେ

ଆଖି ଖାଇଲା ମୋ ଧୋକା


ଆମ୍ବ ଗଛ ପାଖ ଚାନ୍ଦିନୀ ପାଖରେ

ଥିଲା ଯେ ଗଭୀର କୂଅ

କୂଅ ମଧ୍ୟରୁ ତ ପାଣି କାଢୁଥିଲା

ଗୋଟିଏ ସୁନ୍ଦରୀ ଝିଅ


ବସନ୍ତ ସାଙ୍ଗରେ ଖେଳିଲା ବରଷା

ଓଦା ହେଲା ପିନ୍ଧା ଲୁଗା

ବରଷା ଛିଟାରୁ ବଞ୍ଚିବା ପାଇଁ ସେ

ଖୋଜୁଥିଲା ଗୋଟେ ଜାଗା


ଆମ୍ବ ଗଛକୁ ସେ ଲାଗି ଡେରିହେଲା

ଥରି ଯାଉଥିଲା ଦେହ

ଓଦା ବସନରେ ପୋଛୁଥିଲା ସିଏ

ଭିଜା ଭିଜା ତା'ର ମୁହଁ


ଗଛ ଆରପଟେ ହୋଇଥିଲି ଛିଡ଼ା

ଶୁଭିଲା ଗୋଟେ ଶବଦ

ଶବଦ ଶୁଣି ମୁଁ ଦଉଡ଼ି ଆସିଲି

ଦେଖିଲି ଯେ ଶର ଭେଦ


ଆମ୍ବ ଗଛ ଡାଳେ ବସିଥିଲା ପକ୍ଷୀ

ଶିକାରୀ ମାରିଲା ଶର

ପକ୍ଷୀ ଉଡ଼ିଗଲା ଏ ଡାଳୁ ସେ ଡାଳ

କ୍ଷତି ହେଲା ଝିଅଟିର


ରକତର ଧାର ବହି ଯାଉଥିଲା

ତାହାର ବାମ ହସ୍ତରୁ

ଶରଟିକୁ ମୁହିଁ ବାହାର କରିଲି

ଝିଅଟିର ଶରୀରରୁ


ବେହୋସ ହୋଇଲା ସୁନ୍ଦରୀ ତରୁଣୀ

ଟଳିଗଲା ମୋ କାନ୍ଧରେ

ମୋ ପିନ୍ଧା ବସନ ଚିରି ବାନ୍ଧିଦେଲି

ଶର ଭେଦ କ୍ଷତଟିରେ


ମୋ କାନ୍ଧରେ ରଖି ନେଇଗଲି ଧାଇଁ

ଗାଁ ପାଖ ଡାକ୍ତରଖାନା

ଡାକ୍ତର ବାବୁ ଯେ କରିଲେ ଚିକିତ୍ସା

ହେଲା ସିଏ ଆନମନା


ଆଶା ଠୁ ଅଧିକ ଖୁସି ସେ ହୋଇଲା

ଧରିଲା ମୋହର ହାତ

କରିଛ ମୋହର ତୁମେ ଉପକାର

ଆଜି ଠୁ ତୁମେ ମୋ ମିତ


ତୁମ ଋଣ କେବେ ସୁଝି ପାରିବିନି

ଦେଇଛ ନୂଆ ଜୀବନ

ପର ଉପକାରୀ ହୁଅ ସଦା ତମେ

ଥାଉ ଏ ସୁନ୍ଦର ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract