STORYMIRROR

Amita Dash

Tragedy Inspirational Children

2  

Amita Dash

Tragedy Inspirational Children

କବିତା ପର୍ବକବିତା ସଂଖ୍ୟା ୧୬

କବିତା ପର୍ବକବିତା ସଂଖ୍ୟା ୧୬

1 min
132


ଉଁଆସ ତିଥିରେ ପୁନେଇଁ ଚାନ୍ଦ ମୋ ଘରେ ଜନମ ନେଲା।

ଗୁରୁବାର ବୋଲି ଗୁରୁବାରି ନାମ

ନାହାକ ବାପୁଡ଼ା ଦେଲା।

ପେଟରେ ଥାଇ ବାପକୁ ଖାଇଲା।

ଜନମ ହଉ ହଉ ମା ଆରପାରିକୁ

ଗଲା।

ହୀନିକପାଳି କାହା ଆଦର ସେନେହର ଭାଜନ ନୋହିଲା।

ବୟସ ସାଙ୍ଗକୁ ଚିନ୍ତାର ବୋଝ ତିନି ମୁଣ୍ଡିଆ ମୋତେ କରିଲା।

ପାଠ ପଢିବି,ପାଠ ପଢିବି କହି

ଦରବୁଢ଼ୀ ସିଏ ହେଲା।

କୋଉଠି ଖୋଜିବି ବର ପାତର

ସାଇପଡିଶା ଙ୍କ ଘର, ଗାଁ ଦାଣ୍ଡତ

ନ ମାଡିଲା।

ଯେତେ ପାଠ ପଢି ବାରିଷ୍ଟର ହେଲେ, ଝିଅ ଜନମ ପର ଘରକୁ ଗୁରୁବାରି କ'ଣ ବୁଝିଲା।

ବୟସ ସତୁରୀ ଛୁଇଁଲା, କେତେ ବେଳେ ଝଡିପଡିବି ମୁଁ ପତର ପାଚିଲା।

କାଲି ନାହାକ ପଣ୍ଡିତ ସହରୀ ପିଲା ପରସ୍ତାବ କହୁଥିଲା।

ନିପଟହୁଣ୍ଡିକି ସହରୀଟୋକା ରାଜଯୋଟକ ସିନା ହେଲେ ହେଲା।

ଦୋଭେଇ ବରକୁ ଉଁଆସୀ କନିଆଁ ମୋ ଜାଣତରେ ମେଳକ ବୋଧହୁଏ ହେଲା।

ଏସନ ଫଗୁଣେ ହାତକୁ ଦିହାତ କାମଟା ସାରିଦେଲେ ଜାଣିବି,

ମୋର କୋଉ ଜନମର ଋଣ ଶୁଝି ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy