କବିତା ପର୍ବ : ଗୀତି କବିତା-07 : ଅମାବାସ୍ୟା
କବିତା ପର୍ବ : ଗୀତି କବିତା-07 : ଅମାବାସ୍ୟା
ଅମାବାସ୍ୟାକୁ ଭଲ ପାଉଛି ମୁଁ-ନିରୋଳା ଖୋଜେ ମୋ ମନ,
ନିବିଡ଼ ଅନ୍ଧାରେ ଦେଖିବାକୁ ଚାହେ, ତୁମର ଚନ୍ଦ୍ର ବଦନ | (ଘୋଷା)
ଆଲୋକକୁ ମୋତେ ଭାରି ଡରଲାଗେ ଆଉ କିଏ ଦେଖିନେବ,
ଦୀପ ଜଳିଲେ ବି ସହି ପାରିବିନି ମିଞ୍ଜି ମିଞ୍ଜି ଦିଶୁଥିବ |
ଅନ୍ଧାର ମୋ ପ୍ରିୟ ତୁମେ ମୋର ପ୍ରିୟା ଦୁହିଁଙ୍କ ହେବ ମିଳନ |
ଅମାବାସ୍ୟାକୁ ଭଲ ପାଉଛି ମୁଁ-ନିରୋଳା ଖୋଜେ ମୋ ମନ |(1)
ମଲ୍ଲୀଫୁଲ ବାସ ଅଗରୁ ଚନ୍ଦନ ପାଶେ ଥିଲେ କି ହୋଇବ ?
ମଧୁର ପରଶେ ମହକିବି ମୁହିଁ ମଳୟ ଆସି ଛୁଇଁବ |
ତୁମରି ଆଲୋକେ ଆଲୋକିତ ହେବି ଲୋଡ଼େନା ପୂନେଇଁ ଜହ୍ନ |
ଅମାବାସ୍ୟାକୁ ଭଲ ପାଉଛି ମୁଁ-ନିରୋଳା ଖୋଜେ ମୋ ମନ |(2)

