କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-42 : ଅନ୍ଧକାର : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-42 : ଅନ୍ଧକାର : -ଡକ୍ଟର କୃତ୍ତିବାସ ନାୟକ
ଅନ୍ଧକାର ଘେରା ଜୀବନଦୀପରେ ସରି ଆସୁଥିଲା ତେଲ,
ତୁମେ ଆସି ଦିନେ ତେଲ ଭରିଦେଇ ସଳିତାକୁ ତେଜିଦେଲ |(ଘୋଷା)
ମୋ ଆଗରେ ଯେବେ ଦିଶୁଥିଲା ଖାଲି ଫିକା-ଫିକା କଳାଛାଇ,
ତୁମ ଆଗମନେ ଶୁଭିଗଲା ମୋତେ ପ୍ରୀତିସୁର ଶାହାନାଈ |
ତୁମପାଇଁ ସିନା ଉଜୁଡ଼ା ଅସାର ଜୀଵନକୁ କଲି ଗେଲ !
ଅନ୍ଧକାର ଘେରା ଜୀବନ ଜୀବନଦୀପରେ ସରି ଆସୁଥିଲା ତେଲ,
ତୁମେ ଆସି ଦିନେ ତେଲ ଭରିଦେଇ ସଳିତାକୁ ତେଜିଦେଲ | (1)
ବିରହ ତାତିରେ ମୋର ଏଇ ଛାତି କାଲିଯାଏ ଜଳୁଥିଲା,
ତୁମରି ହାତର କଅଁଳ ଛୁଆଁରେ ମୋ ମନ ଶୀତଳ ହେଲା |
ଦେଖ ଆଜି ମୋର ଆଶା ଉପବନେ ଫୁଟେ ପାରିଜାତ ଫୁଲ |
ଅନ୍ଧକାର ଘେରା ଜୀବନ ଜୀବନ ଦୀପରେ ସରି ଆସୁଥିଲା ତେଲ,
ତୁମେ ଆସି ଦିନେ ତେଲ ଭରିଦେଇ ସଳିତାକୁ ତେଜିଦେଲ | (2)

