STORYMIRROR

Keshab Chandra Dash

Classics Fantasy Inspirational

4  

Keshab Chandra Dash

Classics Fantasy Inspirational

କବିତା ନୀତିବାଣୀ -୧୨

କବିତା ନୀତିବାଣୀ -୧୨

1 min
294

କୋଇଲାକୁ ଦେଖି ଦିନେ ମନୁଷ୍ୟ ପଚାରିଲା
କଳା ନ ଥିଲେ ତୁ ହୋଇଥାନ୍ତୁ ତୁ କେତେ ସୁନ୍ଦର,
ଗୋରା ଦେହକୁ ତୋ ରୂପ ମାନୁଥାନ୍ତା
ପାଇଥାନ୍ତୁ ସମସ୍ତଙ୍କଠୁ ତୁ କେଡେ ଆଦର ।

ସାଗରକୁ ଦେଖି ପଚାରିଲା ସିଏ 
ତୋର ହୋଇଥାନ୍ତା ଯେବେ ମିଠା ନୀର,
ତୃଷାର୍ତ୍ତ ମନୁଷ୍ୟର ତୃଷା ମେଣ୍ଟିଥିଲେ 
ସମସ୍ତଙ୍କଠୁ ପାଇଥାନ୍ତୁ ତୁ କେଡେ ଆଦର।

ଗୋଲାପ ଫୁଲକୁ ଦେଖି ପୁଣି ପଚାରିଲା 
କଣ୍ଟାଥିବାରୁ ତୋ ସୋନ୍ଦର୍ଯ୍ୟକୁ କରେ ଅସୁନ୍ଦର,
ଶରୀରରେ ତୋର ଯେବେ କଣ୍ଟା ହିଁ ନଥାନ୍ତା 
ସମସ୍ତଙ୍କଠୁ ପାଇଥାନ୍ତୁ ତୁ କେଡେ ଆଦର।

ସମସ୍ତେ ଏକାଠି ହୋଇ ମନୁଷ୍ୟକୁ ଦେଲେ
ତାକୁ ଏକ ଶିକ୍ଷଣୀୟ ଯେ ଉତ୍ତର 
ପରର ଦୋଷତ୍ରୁଟି ବାଛିବାର ଗୁଣ ଯେବେଟି ନ ଥିଲେ
ରେ ମନୁଷ୍ୟ ! ଚରିତ୍ର ତୋ ହୋଇଥାନ୍ତା କେତେ ଯେ ସୁନ୍ଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics