STORYMIRROR

Kali Kumar

Comedy Classics

3  

Kali Kumar

Comedy Classics

କବିତା ଲେଖା ପ୍ରେମ (୧)

କବିତା ଲେଖା ପ୍ରେମ (୧)

1 min
247


ଦିନେ ଅଧ ରାତିରେ, ବେଡ଼୍ ରୁମ୍ ର ସୋଫା ଉପରେ

କବିତା ଲେଖୁଥିଲି ଟିକେ ମୁରୁକି ହସି

ପତ୍ନୀ ମୋ ଆସି 

ପାଖରେ ବସି

କହିଲେ, "କଅଣ ଲେଖୁଛନ୍ତି କବି ମହାଶୟ !

ଶୁଅ ମ ଆସି, 

କିଛି ସମୟ ଉତ୍ତାରୁ ପାହିବ ନିଶି ।"


ସରାଗେ କହିଲି, " ପ୍ରିୟେ ! 

ଆଉ କିଛି ସମୟ ! 

କବିତାକୁ ଟିକେ ଫାଇନାଲ ଟଚ୍ଚ୍ ଦେଇ ଦିଏ "


ଏତିକି ଶୁଣି କହିଲେ ସିଏ, 

" କହିଲ ଦେଖି ! କି କବିତା ତୁମେ ଲେଖୁଛ ?

କି ରସ ସେଥିରେ ଖଂଜୁଛ 

କିଆଁ ଏତେ ତୁମେ ମୁରୁକି ମୁରୁକି ହସୁଛ ? "


କହିଲି,

"କଅଣ ଆଉ ଲେଖିବି

ପ୍ରେମ ଫ୍ରେମ ତ ପୁରୁଣା ହେଲାଣି

ଏବେ ଲେଖୁଅଛି କିଛି ବ୍ୟଙ୍ଗ 

ହାସ୍ୟରସ ପାଇଁ କଲମଟା ଖାଲି 

ହେଉଅଛି ଚଙ୍ଗଚଙ୍ଗ

ସେଥିପାଇଁ ସବୁକିଛି ଛାଡ଼ି ଲେଖୁଥିଲି କିଛି ବ୍ୟଙ୍ଗ"


ପତ୍ନୀ ମୋ ଦୁର୍ବାସା ସାଜିଲେ ଶୁଣିକି କବିତା ବ୍ୟଙ୍ଗ

କହିଲେ,

" ଆଜିକାଲି ମତେ ଭଲ ଲାଗୁନାହିଁ ତୁମରି ରଂଗଢଙ୍ଗ"

" ଆରେ ! ଜୀବନକୁ ମୋର ମାଟି କରିଲଣି,

କବିତା ପଛରେ ପଡ଼ି

ଆଉ କବିତା ଆଳରେ ମୋତେ ବ୍ୟଙ୍ଗ କରୁଛ 

ଦୁନିଆର ସବୁ ହାସ୍ୟ ବ୍ୟଙ୍ଗ ଛାଡ଼ି

ଦୁନିଆର ସବୁ ହାସ୍ୟ ବ୍ୟଙ୍ଗ ଛାଡ଼ି । "


ଦିନେ ଲେଖିଥିଲ, 

" ମୁଁ କାଳେ ବଙ୍ଗୋପସାଗରେ ବିଦେଶୀ ଘୂର୍ଣ୍ଣି ବଳୟ

ତୁମ ନୀଳୟେ ରଚୁଛି ଖାଲି ଅଦିନିଆ ଅଦୃଶ୍ୟ ପ୍ରଳୟ

ପୁଣି ଲେଖିଥିଲ

ସବୁଠୁ କାଳେ ବିପଦ ସଂକୁଳ ତୁମରି ଭାର୍ଯ୍ୟାଳୟ

ତାହାରି ପାଇଁକା ଧୂମ୍ରାଭ ଦିଶେ ତୁମ ଖୁସିର ଦିଗ୍ ବଳୟ"


ହୋଇ ହୋ !

ଯାହା ତ ଲେଖୁଛ ଲେଖୁଛ

ସରକାର, ସମାଜକୁ ଛାଡ଼ି

ଏବେ କିଆଁ ମୋ ପଛରେ CBI ପରି ପଡ଼ିଛି ? "


ଏବେ ମତେ ଟିକେ ଦୟାକର

ଆହେ ! ମୋର ପତିଦେବ ପରମେଶ୍ବର

ମୋ ଚରିତ୍ର କଥାକୁ ନ ଲେଖି 

ମୋ ରୂପ ସୌନ୍ଦର୍ଯ୍ୟକୁ ଟିକେ ଦେଖ

ଆଉ ମାନସିଂହ ପରି ପ୍ରେମରେ 

ବେଶି ନୁହଁ, ଦି'ପଦ କବିତା ଲେଖ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy