କବିତା ବୋଝ
କବିତା ବୋଝ
ଜୀବନର ରାସ୍ତା
ଲମ୍ବିଛି ଦୂରକୁ
ବହୁ ଦୂରକୁ
ପାଉ ନାହିଁ ଆଖି,
ଆଗକୁ କିଟି କିଟି
ଘନ ଅନ୍ଧାର
ଭବିଷ୍ୟତ
ହେଉନାହିଁ ଦେଖି।
ମଣିଷ ଚାଲିଛି
ଏକ ଠିକଣାର
ଲକ୍ଷ୍ୟ ନେଇ
ମୁଣ୍ଡରେ ମୁଣ୍ଡାଇ
ସଂସାରର ବୋଝ,
ନିଜ ସାଥେ
ଯୋଡି ହୋଇଥିବା
ସମ୍ପର୍କ ଯେତେ
ଦୁଃଖ ସୁଖ ବାଣ୍ଟି
ସଭିଙ୍କ କଥା ବୁଝିବା
ହୁଏ ନାହିଁ ସହଜ।
ବୁଝିଲେ ବି ଯେତେ
ଅବୁଝା ରହେ
ମନ ବେଦନା,
ହୃଦୟକୁ ଦିଏ
ଖାଲି ଯନ୍ତ୍ରଣା।
ଅସରନ୍ତି
କାମନାର ବୋଝ
ମନ ଆଣି ମୁଣ୍ଡେଇ ଦିଏ,
ସେ ବୋଝର ଭାର
ବହିବାକୁ
ମୁଣ୍ଡକୁ ଅସହ୍ୟ ହୁଏ।
ଲୋଭ ମୋହ
ଓଟାରି ନିଏ,
ଝୁଣ୍ଟି ପଡି କିଏ
କଚାଡି ହୁଏ।
ବୋଝର ଚାପରେ
ଚାପି ହୋଇ
ପାରେନା ଆଗକୁ ଯାଇ,
ଭାବେ ବସି
ଧୈର୍ଯ୍ୟର ଗଛ ତଳେ
ଟିକେ ବିଶ୍ରାମ ନେଇ।
ନିଜ ସାମର୍ଥ୍ୟକୁ ଚାହିଁ
ଯିଏ ପାରେ ଯେତିକି
ବୋଝ ବହି,
ଚାଲି ଚାଲି ସେ
ଠିକଣାରେ ପହଞ୍ଚେ
ବାଟେ ରହି ରହି।
