STORYMIRROR

Ankit kumar Dhal

Romance

3  

Ankit kumar Dhal

Romance

କବିତା:-ଅଭୁଲା ଚିଠି

କବିତା:-ଅଭୁଲା ଚିଠି

1 min
276

ଆଜିବି ସେ ଚିଠି କୁ ଖୋଲିଲେ

ତା'ଭିତରୁ ତମରି ଝାଳୁଆ ଗନ୍ଧ,ତମ ଦେହର ବାସ୍ନା,

ତମରି ଖିଲିଖିଲି ହସ,ତମରି ଚୋରା ଚାହାଣି

ତମ ଗାଁ ର ନୁଆଁଣିଆ ମେଘ ଯଉଁଟି ଆଁ କରି,

ଅନେଇଛି ତମକୁ ରାକ୍ଷସୀ ପରି

ସବୁ କିଛି ମୋତେ ଦେଖିହସୁଛନ୍ତି,ଅଟହାସ୍ୟ କରନ୍ତି

ମୁଁ କିଆଡ଼େ ଗୋଟେ ଭୀରୁ,କାପୁରୁଷ

ସର୍ବପରି ମୁଁ ଗୋଟେ ଡରୁଆ; ଯିଏ

ଲୁହ ଆଉ ଲହୁକୁ ଏକାଠି କରି

ତାକୁ ଏକ ନିବୁଜ କୋଠରୀରେ ଆଙ୍କୁଥିଲି

ସାଧା କାଗଜ ଆଉ କଲମରେ

ବାସ ତମରି ପାଇଁ ପ୍ରିୟା !

"ମୁଁ ତମକୁ ଭଲ ପାଏ ;ହଁ !ଭଲପାଏ"

ସବୁଦିନ ଭଲପାଇବି ମୋ ବଞ୍ଚିଥିବା ଯାଏ

ଇତି ତମ ଅଙ୍କିତ

ହେଲେ ଦେଇପାରିଲିନି ମୁଁ

ସବୁ ଆଶା ଆକାକ୍ଷା କୁ,

ମୁଦା ଲଫାଫା ରେ ବନ୍ଧକରି

ସେଦିନ ଚିଠିକୁ ଆଜିବି ସାଇତିଛି

ଆଜିବି ବାରମ୍ବାର ପଢୁଛି

ଆଜିବି ପ୍ରତିଟି ଧାଡ଼ି ମୋ ଉପରେ ଋଷିଛି

ଆଜିବି ସେ ଚିଠିର ପ୍ରତିଟି ଶବ୍ଦରେ

ମୁଁ ତମକୁ ଦେଖିଛି

ତମେ ହସ ,ତମେ କାନ୍ଦ,ତମେ ରାଗ ପୁଣି ଲାଜେଇ ଯାଅ

ପୁଣି ପରିଶେଷରେ ଅଟ୍ଟହାସ୍ୟରେ

ଇସାରା ଦିଅ ,

"ତୁମେ ହାରିଗଲ,ତୁମେ ହାରିଗଲ" !! ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance