*କବିତା ଆସର ଶୀର୍ଷକ:-*🌹❤ *ଇଚ୍ଛାର ଈଶ୍ବର*❤🌹*******
*କବିତା ଆସର ଶୀର୍ଷକ:-*🌹❤ *ଇଚ୍ଛାର ଈଶ୍ବର*❤🌹*******
ଇଚ୍ଛାର ଈଶ୍ବର ଏ ମଣିଷ ମନ
ନିଜ ଇଚ୍ଛେ କାରବାର
ସଠିକ ମାର୍ଗରେ ଚାଲି ନ ପାରିଲେ
ହାରିବା ନିଶ୍ଚିତ ସାର ।
ନିଜକୁ ଭାବେ ସେ ନିଜେ ସର୍ବେ ସର୍ବା
ନିଜ ଇଚ୍ଛାର ଈଶ୍ବର
ହେଲେ ଭୁଲି ଯାଏ ପଥଭ୍ରଷ୍ଟ ଆଣେ
ନ ଥିଲେ ଠିକ୍ ବିଚାର ।
ନିଜ ମନ ଯେବେ ଆୟତ୍ତେ ରହେନି
କରଇ ସ୍ବାର୍ଥରେ ଘର
ସେଇ ଅନୁସାରେ ଇଚ୍ଛାର ଈଶ୍ବର
ଗତି କରେ ନିରନ୍ତର ।
ଭଲ ମନ୍ଦ ଯଦି ବିଚାର ନ କରି
ମନେ ଧର ଅହଂକାର
କୁକର୍ମ କରିବ କୁପଥେ ଚାଲିବ
କୁବାଟେ ନେବେ ଈଶ୍ବର ।
ଏତେ ଗର୍ବ ମନେ ଘର କରି ଥାଏ
ଭାବେ ବଡ ପୃଥିବୀର
ନିଜ ଇଚ୍ଛାର ମୁଁ ନିଜେ ତ ଈଶ୍ବର
ଚଳାଏ ନିଜ ସଂସାର ।
ଧନ ଜନ ଯଉବନ ସରି ଗଲେ
ହୁଏନି ସିଏ କାହାର
ଇଚ୍ଛାରେ ଚଳଇ ଇଚ୍ଛାର ଈଶ୍ବର
ଧରି ରୋଗର ଶରୀର ।
ଇଚ୍ଛାର ଈଶ୍ବର ନିଜକୁ ବୋଲାଇ
ଧରି ଗର୍ବ ଅହଂକାର
କହିଥାଏ କେବେ ନ ହେବି ଜୀବନେ
ଅଧୀନ କେବେ କାହାର ?
ବଳ ବୟସଟି ହାରିଯାଏ ଯେବେ
ବସି ଭାବେ ନିରନ୍ତର
ସେ ଏକା ଈଶ୍ବର ଏଇତ ସଂସାରେ
ମୁହିଁ ତ ମାନବ ଛାର ।
ମିଥ୍ୟା ଜଗତରେ ସେଇ ଏକା ସତ
ପରଂବ୍ରହ୍ମ ମହେଶ୍ୱର
ମୁଁ ରାକ୍ଷାସଟି କଲା କବଳିତ
ପାପ ଭୋଗିଲା ଶରୀର ।
ଏବେ ମୁଁ ବୁଝୁଛି ହେ ମନ ଈଶ୍ବର
ଯାଆ ତୁ ପ୍ରଭୁ ପୟର
ତାଙ୍କ ବିନା କ୍ଷଣ ଏ ମନ ଈଶ୍ବର
ସ୍ଥାନ ନାହିଁ ତିନି ପୁର ।
ଆହେ ମହେଶ୍ଵର ଇଚ୍ଛାର ଈଶ୍ବର
ଏତିକି ମାଗୁଣୀ ମୋର
ମନ ଅହଂକାର ଇଚ୍ଛାର ଈଶ୍ବର
କୃପାଶିଷେ ଧ୍ବଂସ କର ।
