STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

କବିତ୍ୱ...

କବିତ୍ୱ...

1 min
172

କବିର ହୃଦୟ ଭାଷାର ସାଗର ...

କବିତାର ଧାରା ବହେ ନିରନ୍ତର ...

କବିର କବିତା ସୁଖ ଦୁଃଖ ଗାଥା ...

ଜୀବନ ତାହାର ଚିର ବିଜନତା ....

ଅମାଅନ୍ଧକାରେ ଉଆଁସ ରାତିରେ ...

ତାରା ଫୁଲ ଫୁଟେ କଲମ ମୁନରେ ll

ଅଲିଭା ସ୍ୟାହିରେ ଜୀବନ ଲିଖନୀ ....

ଜଗତକୁ ବାର୍ତ୍ତା ଦିଏ ସେ ବିନ୍ଧାଣୀ ...

ସାରା ଜଗତର ସୃଜନୀ ସର୍ଜନା ....

କଲମ ମୁନ ତା କେବେ ବି ଥକେ ନା ..ll

କଲମ ମୁନରେ ଚଲାଇ ଲେଖନୀ ..

ସବୁ ଲେଖନୀ ତା ପବିତ୍ର ଅଟଇ ...

ଭାବେ ସେ ଭାବନା କୋଟିନିଧି ପୁଣି ..

ଭାବନା ରାଜ୍ୟରେ ରାଜା ସିଏ ପୁଣି ..ll

ଭାଷାରେ ତାହାର ଝରାଇ ମୁକୁତା ..

ଶାଣିତ ବିନ୍ଧାଣି କଲମଟି ତାର ....

ଅମର ତାହାର ପବିତ୍ର ଲେଖନୀ ...

ନିନ୍ଦା ପାଇଁ ତାର ଜନମ ହୋଇନି ..ll

ସୃଷ୍ଟିକର୍ତ୍ତା ପାଖେ ଭକ୍ତିର ସୁମନ ...

ନନ୍ଦନ ବନର ପାରିଜାତ ସମ ...

କବିର ଲେଖନୀ ନୁହଁଇ ସହଜ ...

କବିତ୍ୱରେ ସାରା ଜୀବନ ନିହିତ ..ll

ଦୂର ଦିଗ୍ ବଳୟ ସୁନ୍ଦର ପୃଷ୍ଠାରେ ...

କେତେ ରଙ୍ଗେ ସିଏ କବିତା ସମ୍ଭାରେ ...

ଭାଷାର ପୁଣି ସେ ନୈବେଦ୍ୟ ବlଢ଼ଇ ...

ଜୀବନ ଜଞ୍ଜାଳେ ନିଜେ ଯୁଝି ହୋଇ ..

ସେଥିପାଇଁ ସେଇ କବିର ଜୀବନ ...

ହୀରା, ନୀଳl ଠୁ ବି ଅଟେ ମୂଲ୍ୟବାନ .ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational