କବିର କବିତା
କବିର କବିତା
ତୁମେ ଆସ କେଉଁ ଏକ ନିରୋଳା ଏକାନ୍ତ ମୁହୁର୍ତ୍ତରେ
କେବେ ତ ଏକା ଆସନି , ଆସ ଅନେକ ଚରିତ୍ର ଧରି ସଙ୍ଗରେ
ତୁମେ ରୁପ ମଧ୍ୟ ବଦଳେ ପ୍ରତି ଥର
ବୁଝି ବାକୁ ଚେଷ୍ଟା କରେ ବାର ବାର ।
କେବେ ତୁମେ ଲାଗ ମା , କେବେ ଲାଗ ଭଗିନି
କେବେ ଲାଗ ପ୍ରିୟା ତ କେବେ ଲାଗ ସଙ୍ଗିନୀ
କେବେ ତୁମେ ଲାଗ ବସନ୍ତର ମଳୟ
କେବେ ଲାଗ ପୁଣି ଅବୁଝା ଶ୍ରାବଣି
କେବେ ଅଟ ଜିବନର ମଧୁର ସଙ୍ଗିତ
ତ କେବେ ଅଟ ମୃତ୍ୟୁର ରାଗିଣୀ।
କେବେ ତୁମେ ମଧୁର ସ୍ମୃତି
କେବେ ଜୋସ୍ନା ଜର୍ଜରିତ ରାତି
କେବେ ତୁମ ଅମବାସ୍ୟାର ଘନ ଅନ୍ଧକର
ତ କେବେ ତୁମେ ବର୍ତ୍ତମାନର ତିକ୍ତ ଅନୁଭତି ।
ତୁମେ ଆଣିଥିବା ପ୍ରତ୍ୟେକ ଚରିତ୍ର କୁ
ଆଙ୍କିବାକୁ ଚେଷ୍ଟା କରେ କରେ କଲମ ମୁନରେ
ତୁମେ ବନି ଯାଓ ସୃଷ୍ଟି ଅଉ ମୁଁ ବନି ଯାଏ ସ୍ରଷ୍ଟା
ଦୁନିଆ ତୁମକୁ ଜାଣେ ଏ କବିର କବିତା ହିସାବରେ ।

