STORYMIRROR

Dr. Pratap Kumar Swain

Tragedy

4  

Dr. Pratap Kumar Swain

Tragedy

କବିର ଦୁଃଖ ଦ୍ବିତୀୟ ଭାଗ

କବିର ଦୁଃଖ ଦ୍ବିତୀୟ ଭାଗ

2 mins
291


କବି ଏକ ଦରଦୀ ମଣିଷ ଟିଏ

ସେ ସବୁ ହୃଦୟର ସ୍ପନ୍ଦନ ମାପିଦିଏ।

କେବେ କେବେ ସେ ସୁପ୍ତ ଥାଇ

ବି ଜାଗ୍ରତ କରିଥାଏ।

ତା ଚାରିପାଖରେ ଶଦ୍ଦର ଚକ୍ରବ୍ଯୁହ

ବାଛି ବାଛି ସେ କବିତାରେ ଦିଏ

ସୁର ତାଳ ଓ ଲୟ ।

କେଉଁ ଆଦିମ କାଳରୁ

କବି ଚଲାଇଛି ଲେଖନୀ ଅବିଶ୍ରାନ୍ତ।

ହେଉ ତାହାପଛେ ଏବେର କାଗଜ

ହେଉ ତାହା ତାଳପତ୍ର।

ଦିବାରାତ୍ରି ସିଏ ଏକକରି ଦିଏ

ଲୁହ ଲହୁ ଢାଳି ଲେଖିଚାଲିଥାଏ।

କେବେ ମିଳେ ତାକୁ ନିନ୍ଦା ଅପବାଦ

କେବେ ମଳେ ପୁରସ୍କାର

ମଥାପାତି ସବୁ ସାଉଟିନିଏ

ସେ କରି ତାକୁ ଆପଣାର।

ଶୋଷଣ କଷଣ ନାରୀ ନିର୍ଯ୍ଯାତନା

ଅବା ହତ୍ୟା ଲୁଣ୍ଠନ

ସବୁ ସ୍ଥାନଦିଏ ତା କବିତା ମଧ୍ୟେ

ମନକୁ କରିଣ ଟାଣ।

ସଂସାରର ପ୍ରତି କୋଣ ଅନୁକୋଣ

ତା ଆଖିରେ ନାଚୁଥାଏ

ସବୁଜିମା ଠାରୁ ସର୍ବହରାଯାଏ 

ତା କାବ୍ଯରେ ଖଞ୍ଜିଦିଏ।

କେବେ ଲେଖେ ସିଏ ସୁଦୂର ପଲ୍ଲୀର

ମୀନୁ ନାନୀ ବୋହୂ କଥା

ପଇସା ଅଭାବେ ଗର୍ଭେ ପିଲାଧରି

ବୁଜିଦେଲା ଆଖିପତା।

ଗେରସ୍ତ ବିଚରା ଦାଦନରୁ ଫେରି

ମଶାଣୀ କୁ ଯାଇଥିଲା

ତା ଅହ୍ଯରାଣୀ ର ପାଉଁଶକୁ ଚାହିଁ

ନେତ୍ରୁ ଅଶ୍ରୁ ଢାଳି ଦେଲା।

ଚେମା ପଧାନଟା ଭାଗ ଚାଷ କରି

ପାଏ ଖାଲି ଭାଗଶେଷ।

ଜମିଦାର ବୁଢା ନିଏ ଭାଗଫଳ

ଫୁଲାଇ ତାହାର ନିଶ।

କେବେ ରହିଯାଏ ଅଭିଆଡି ହୋଇ

ପାଖ ଗାଁ ସୀତାଅପା

ଯୌତୁକ ପାଇଁକି ହୋଇ ପାରିଲାନି

ରାମଙ୍କ ସହିତଦେଖା।

ବାପାଙ୍କ ସହିତ ନିଷ୍ପାପ ଶିଶୁଟି

ଖଟି ଚାଲେ ପେଟ ପାଇଁ

ମୁଢି ବିକୁଥାଏ ବାଙ୍କିନାନୀ ଏଠି

କୁଟୁମ୍ବ ପୋଷିବାପାଇଁ।

ସହରର ଏକ ଅନ୍ଧାରୀ ଗଳିରେ

ଚାଲେ ଦେହ କିଣା ବିକା

କେତେ ଦୁଃଖ ଆଉ କବି ଦେଖୁଥିବ

ଦେଖି ଦେଖି ହୁଏ ବୋକା।

ବାରମ୍ବାର ଯେତେ କଲମକୁତାର

ଧିକ୍କାର କରେ ସିଏ

ପୁଣି ଭାବେ ମନେ ସେ ଯଦି ନଲେଖେ

ଏ ଦୁଃଖ ଲେଖିବ କିଏ।

କବି ମନ ସଦା ଭାରାକ୍ରାନ୍ତ

କେବେ ପୁଣି ହେବ ଏହି ସମସ୍ଯାର ଅନ୍ତ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy