STORYMIRROR

Dr. Pratap Kumar Swain

Tragedy

4  

Dr. Pratap Kumar Swain

Tragedy

କବିର ଦୁଃଖ ( ପଞ୍ଚମ ଭାଗ)

କବିର ଦୁଃଖ ( ପଞ୍ଚମ ଭାଗ)

2 mins
155


କବି ରହିଥାଏ ଭାବନାରେ ମଜ୍ଜି

କବିତା ଲେଖିବା ପାଇଁ 

ଶଦ୍ଦ ମାନେ ସବୁ ଶରଶଯ୍ଯାରେ

ଯାଇଛନ୍ତି ପୁଣି ଶୋଇ।


ସମାଜର ସବୁ ସମସ୍ଯା ଗୁଡିକୁ

କବିଲେଖୁଥାଏ ବସି

ସମସ୍ଯାର ମୂଳ ଯେଉଁମାନେ ପୁଣି

ଦିଅନ୍ତି ବିଦ୍ରୁପେ ହସି।


ରାସ୍ତାକଡରେ କନ୍ୟା ଶିଶୁଟିଏ

ଫୋପାଡି ଦେଇଛି କିଏ

ସମସ୍ତେ ଯାଆନ୍ତି ଅଣଦେଖାକରି

ରୂପା ଅପା ତୋଳିନିଏ।


କୋଡିଏ ବରଷ ପୂରଣ ହେଲାଣି

ପାଇନି ସନ୍ତାନ ସୁଖ

ବାଞ୍ଝ ବୋଲି କହି ମୁହଁ ଚାହାନ୍ତିନି

ତାର ଏହି ଗାଁ ଲୋକ।


ଶିବ ମନ୍ଦିର ଦୁଗ୍ଧରେ ପ୍ଳାବିତ

ଆସିଲେ ପୁଣି ଜାଗର

ଶିଶୁ ଶିବଟିଏ ହେଉଥାଏ ଏଠି

ଅପପୁଷ୍ଟିର ଶିକାର।


ଦୀପାବଳି ଦିନ ଆତସବାଜିରେ

ତନ୍ତ୍ରୀ ଉଠଇ ଥରି

ଚୁଲି ଜଳେନାହିଁ ରମା ଅପା ଘରେ

ଦାରିଦ୍ର୍ଯ ରହିଛି ଘେରି।


କବି ଖୋଜୁ ଥାଏ ବସନ୍ତ ଋତୁକୁ

ଧରଣୀର ପୃଷଦେଶେ

ବସନ୍ତ ବିଚରା ପ୍ରଦୂଷଣ ପାଇଁ

ରହିଛି ଦୂରପ୍ରବାସେ।


ପେଟ ପାଇଁ ଏଠି ବସୁଥାଏ ପୁଣି

ମଣିଷ ମାନଙ୍କ ହାଟ

ଠିକାଦାର ଏଠି କିଣଇ ମଣିଷ

ମାରି ରିହାତିର ଛାଟ।


ପେଟରେ ବାନ୍ଧି ପିଲାକୁ ତାହାର

କୁଲି ସାଜିଥାଏ ମାଆ

ଟିକେ ଥକିଗଲେ ଠିକାଦାର କହେ

କାଟିଦେବି ତୋର ନାଆଁ ।


ପାଣ୍ଡୁର ଦିଶୁଛି ସବୁଜ ପୃଥିବୀ

ପ୍ରଦୂଷଣ ବୋଝ ବହି

ମଣିଷ ହସୁଛି ଖିଲିଖିଲି ହସ

ଭାବୁଛି ସେ କାଳଜୟୀ ।


ଚାଇନାର ଖାଦ୍ୟ ଭାରତରେ ପୁଣି

ମେଲାଇଛି ତାର କାୟା

ପୃଥୁଳ ହେଉଛି ମଣିଷଟାଏଠି

ଚାଲିବାକୁ ଖୋଜେ ସାହା।


ଇଂଗ୍ରେଜ ଗଲେଣି କେଉଁ ଅମଳରୁ

ମୋହରି ଦେଶକୁ ଛାଡି

କାଳି ବୋଲି ଏଠି ସୁମୀ ଅପା

ଆଜି ରହିଅଛି ଅଭିଆଡି।


କଳା ରଙ୍ଗ ଦେହେ ମାଖି ମୋର

ପ୍ରଭୁ ବୋଲାନ୍ତି ଜଗତନାଥ

କଳା ଝିଅ ଜନ୍ମ କରିଛନ୍ତି ବୋଲି

ମାତା ପିତା ହନ୍ତସନ୍ତ।


ଯେତେ ଲେଖିଲେ ସେ ସମାଜ କଷଣ

ହୁଏ ନାହିଁ ତାର ଅନ୍ତ

ବିଚରା କବିଟି ଲେଖିଚାଲିଥାଏ

ଗାଲେ ଦେଇ ନିଜହାତ।


Rate this content
Log in

Similar oriya poem from Tragedy