STORYMIRROR

Prabhanjana Tripathy

Abstract Thriller

3  

Prabhanjana Tripathy

Abstract Thriller

କବି

କବି

1 min
152

କବିଟିଏ ଭାବି ଭାବି

ଗ୍ରନ୍ଥ କି କବିତା

ଲେଖୁ ଲେଖୁ ଲେଖି ଦିଏ

କେତେ ହୃଦ କଥା

ମର୍ମ ତାର ହୃଦୟରୁ

ସଜାଡି ସାଉଁଟି

ଲେଖିଦିଏ ଆତ୍ମବଳି

ଚିନ୍ତା ବାରଜାତି ।।


ଘରେ ବସି ଚାହିଁ ଦିଏ

ସାଗର ବକ୍ଷକୁ

ନିଦ୍ରା ସ୍ୱପ୍ନେ ବାଉଳେଇ

ଦେଖଇ ଅକ୍ଷକୁ

ପୁଣି କେବେ ଚାହିଁଦିଏ

ଅନନ୍ତ ଆକାଶ

ପୁଣିକେବେ ଚାହିଁଦିଏ

ସୌରଶକ୍ତି ଦେଶ ।।


ମହାନଦୀ ଭିତରକୁ

ଲମ୍ପଦିଏ ମାରି

ତିନି ଭାଗ ଜଳ ନିଜ

ପାପୁଲିରେ ଧରି

ଅଗ୍ନା ଅଗ୍ନି ଲାଭା ମଧ୍ୟେ

ନିଜକୁ ନିକ୍ଷେପି

ନିର୍ଦ୍ୱନ୍ଦରେ ମୁକ୍ତି ଦିଏ

ନିଜ କଳ୍ପ ମାପି ।।


ପ୍ରଖର ଖର ପାଣିରେ

କାତ ଦିଏ ମାରି

ଆଖି ପିଛୁଳାକେ ଲମ୍ପେ

ଅଦେଖା ଭଉଁରୀ

ଚିତ୍ର ଆଙ୍କି ଦେଇ ପାରେ

ସମୁଦ୍ର ଢେଉରେ

ଅଗ୍ନି ସଂଯୋଗୀ ସେ ପାରେ

ଶୀତଳ ଜଳରେ ।।


ନାନା ବିସ୍ମୟ ଚିତ୍ରଣ

କବି ମନ ତଳେ

ଦେଖେ ପୁଣି ଜମ ଦ୍ୱାରେ

କି ଯାତନା ମିଳେ

ପାପ ଆଉ ପୁନ୍ୟ ଖେଳେ

ଧର୍ମ କେତେ ଫଳେ

କୁକର୍ମ ବି କରେ କବି

ସୁକର୍ମ ବି କରେ

କଲମେ କଲମେ ନିତ୍ୟ

ମଣିଷ ବି ମାରେ ।।


ଅସତୀକୁ କରେ

ମହା ସତୀ

ବନ୍ଧନଙ୍କୁ ଦେଇପାରେ

ଚୀର କାଳ ମୁକ୍ତି

ପାପିକୁ ଦିଅଇ ସ୍ୱର୍ଗ

ଧର୍ମୀ ଭୋଗେ ନର୍କ

ସୁକ୍ଷ୍ମ ଭାସ୍ୟ ବିସ୍ମୟରେ

ଆଣେ ମହା ତର୍କ ।।


ପଶ୍ଚିମରେ ଉଦାଏ ସୁରୁଜ

ଅନ୍ଧାରରେ ରେ ଦିଏ ସେ ମୁରୁଜ

ରଙ୍ଗ ବୋଳି ଦିଏ ପୁଣି

କଳା ବାଦଳରେ

ଆକାଶକୁ କର୍ବରୀରେ ଭରି

ରିମ୍ ଝିମ୍ ବର୍ଷା ତାନେ ଧରତ୍ରୀକୁ

କରଇ ସୁନ୍ଦରୀ ।।


ପୁଣି କେବେ କେବେ

ସ୍ମଶାନର ଜୁଇ ପରେ

ନିଜକୁ ଜଳାଇ ଦଶ ଦିନେ

ଦଶା ଭାତ ଖାଇ

ଆତ୍ମାହୁତି ଦେଲା ଭଳି

ମୃତ୍ୟୁକୁ ଦେଖାଇ ।।


ନିଜକୁ ହୀନ ପାମର

ମୂର୍ଖ ଅପଣ୍ଡିତ

ବିଦ୍ୟା ବୁଦ୍ଧି ହୀନ ନିଜେ

କରେ ସେ ନିନ୍ଦିତ ।।


ବେଳେ ବେଳେ ଭାବନାରେ

ଲାଗେ ଯେ ବିଚିତ୍ର

ମର୍ତ୍ୟୁକୁ କରି ମୃତ୍ୟୁଞ୍ଜୟ

ଯୁଗ ଇତିହାଶେ ରହି

ସୃଷ୍ଟିକରେ ନୂତନ ଦିଗନ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract