କବି ର କବିତା
କବି ର କବିତା
କବି ସଜାଏ ଭାବକୁ ଶବ୍ଦରେ କବିତା ପାଇଁ,
କବିତା ସଜ ହୁଏ ଜନ୍ମ ହେବା ପାଇଁ ।
କେବେ କେବେ ଭାବକୁ ଶବ୍ଦ ମିଳେ ନାହିଁ,
କବିତା ଲୁଚି ଯାଏ, ଦେଖା ଦିଏ ନାହିଁ ।
କବି ବଡ଼ ବ୍ୟସ୍ତ ହୋଇ ଚିନ୍ତା କରେ,
କବିତାକୁ ଦେଖି ପଢେ ସିଏ ବାରେ ବାରେ ।
କବିତା ପୁଣି ରୁଷି ସତେ କରେ ଅଭିମାନ,
କବି ତାକୁ ସଜାଡିବାରେ ଲଗାଏ ତାର ମନ ।
କବିର ଢଙ୍ଗ ରଙ୍ଗ କିଏ ବା ବୁଝିବ
କବିତାର ଦୁଃଖ ବେଦନାର ରାବ କିଏ ଜାଣିବ ।
କବି କେବେ ଲେଖେ, କେବେ ଭୁଲି ଯାଏ
କବିତାର ରୁପକୁ ଛୀନଭିନ ସେ କରି ଦିଏ ।
କବିତା ସହି ପାରେନା ତାର ଏତେ ଅପମାନ
କବିକୁ ତାତ୍ସଲ୍ୟ କରି ଚୁରମାର କରେ ସ୍ୱାଭିମାନ ।
କବି କହେ ଅଟେ ସିଏ ସାରସ୍ୱତ ସାଧକ
କବିତା କହେ, କବି କିନ୍ତୁ ଏକ ଭାବୁକ ।
କବିର ଭାବ ପ୍ରବଣତା ଚଳାଏ ତାହାର ଲେଖନୀ
କବିତା ଲେଖି ସୃଷ୍ଟି କରେ ଜାଗ୍ରତାର ବହ୍ନି ।
କବି ଓ କବିତାର ସମ୍ପର୍କ ଅଟଇ ନିଆରା
କବିତାର ଶରୀରରେ କବି ଭରେ ଜୀବଦାନ ପରା ।
କବି ଯେବେ ଲେଖି ଚାଲେ, ଜାଣେନା ସମୟ,
କବିତା କିନ୍ତୁ ଥକି ଯାଇ ହୁଅଇ ଅଥୟ ।
କବି ତେବେ କୁହେ, ଟିକେ ଧର୍ଯ୍ୟଧର,
କବିତା ଚାହିଁ କହେ, ଚାଲିବ କେତେ ଦୂର ।
କବି ସବୁ ଶୁଣେ, କିନ୍ତୁ ଛାଡେନା ଭାବକୁ,
କବିତା ବିକଳେ ଅପେକ୍ଷା କରେ ତାର ପୁର୍ଣଛେଦକୁ ।
କବି ବୁଝି ପାରେ, ଛାଡେନା ଅର୍ଦ୍ଧନଗ୍ନ କରି,
କବିତା ବୁଝେ ଯେବେ, ଲଜ୍ଜ୍ୟାରେ ଯାଏ ସରି ।
କବିର ଅଟଇ ସିଏ ସୁନ୍ଦର ସ୍ୱପ୍ନର ପ୍ରେମିକା,
କବିତା କିନ୍ତୁ ବେଳେ ବେଳେ ଦିଅଇ ଧୋକା ।
କବିର ହୃଦୟ ହୁଏ ଖଣ୍ଡ ଖଣ୍ଡ ତେବେ,
କବିତା ଜଳଇ ଅନୁତାପର ଅଗ୍ନିରେ ପଡି ସେବେ ।
କବି ତଥାପି ଛାଡେନି ତାର କବିତାକୁ ଭୁଲି,
କବିତା ଲୁଚି ଲୁଚି କାନ୍ଦେ ଫୁଲି ଫୁଲି ।
କବି ବଞ୍ଚି ରହେ ନିଜର କବିତା ପାଇଁ,
କବିତା ବହୁ ଦୂରେ ଥାଇ ମଧ୍ୟ ଦେଖୁଥାଇ ।
କବି ଲେଖିଚାଲେ କେତେ କେତେ ଆଶା ଭରସାରେ,
କବିତା ଘୁରି ବୁଲେ କେତେ ପ୍ରେମିକଙ୍କ ଆଦରରେ ।