କବି ଓ କବିତା
କବି ଓ କବିତା
କବିପାଇଁ ତା'ର କବିତା ଜୀବନ ଅସରନ୍ତି ପୋତାଧନ,
ହୃଦୟର ଗାଥା ଅନୁଭବ କଥା ସମାଜକୁ କରେ ଦାନ |
ସୂଚନା ସହିତ ଶିକ୍ଷା ଥିବ ପୁଣି ମଧୁର ଥିବ ତା' ଭାଷା,
ମନୋରଞ୍ଜନର ଖୋରାକ ବି ଥିବ ପୂରିବ ପାଠକ ଆଶା |
ଅଳପରେ ପୁଣି ବେଶି କହୁଥିବେ ଅବୁଝା ନଥିବ କିଛି,
ଭାବ ଭାଷା ଶବ୍ଦ ସରଳ ମଧୁର ଦେଇଥିବେ ବାଛିବାଛି |
ପାଠକ ଜାଣିବେ ମୋର ମନକଥା ଲେଖାଅଛି କବିତାରେ,
ନିଜେ ସେ ପ୍ରେମିକ ପ୍ରେମିକା ହୋଇବେ ଲେଖିବେ ଖୋଲା ମନରେ |
ଗୁରୁହୋଇ କିଛି ଶିକ୍ଷା ଦେଉଥିବେ ଛାତ୍ରହୋଇ ଶୁଣୁଥିବେ,
ପିତାହୋଇ ପୁତ୍ର-କନ୍ୟା ସାଥେ ଯଥା ସ୍ନେହ-ପ୍ରେମ ବାଣ୍ଟିଦେବେ |
ଅଶ୍ଳିଳ କୁଭାଷା ଅଜଣା ଶବ୍ଦକୁ କରିବେନି ବ୍ୟବହାର,
କବିତାରୁ କବି ଜ୍ଞାନ ଗୁଣ ମାନ ପରିଚୟ ମିଳେ ତା'ର |
