କବି ମାଳ ମାଳ କବିତା ପ୍ରବଳ
କବି ମାଳ ମାଳ କବିତା ପ୍ରବଳ
ସାହିତ୍ୟ ନୁହେଁ କେବେ ଖାଲି
ଏକ ଫେସନ
ନେବାକୁ କିଛି କିଛି ସାହିତ୍ୟିକ
ମାନ ସନମାନ |୧|
କରାଇ ନିଜ ନିଜ ମଧ୍ୟେ ଏକ
ଏକ ସଂଗଠନ
ଶୁଣିବାକୁ କା'ର ମୁଖୁ ଭିନ୍ନ ମଧୁର
ବାଣୀର ସ୍ୱନ |୨|
ସାହିତ୍ୟ ହେଉଛି ନିଭୃତ ମନର
ମଧୁର କଥା,
ସଦା ସମାଜର ଘଟିବା ଜୀଵନ
ଧାରାର ଗାଥା |୩|
ସାହିତ୍ୟ ନୂହେଁ କେବେ ଏକ
ଵାତୁଳର ଭାଷା,
ସମାଜରେ ନୂତନତା ଆଣିବାର
ତ ଏକ ତୃଷା |୪|
ସାହିତ୍ୟ ସର୍ବଦା ଅଟେ ଜୀଵନ
ଯମୁନାର ଧାର
ସମର୍ପଣ ମନୋଭାଵରେ ଏକ
ଶାଶ୍ୱତ ଭାବର |୫|
ଭିନ୍ନ ଭିନ୍ନ ଭାଵ ହୁଏ ସ୍ଥାନ
କାଳ ପାତ୍ର ନେଇ,
ସାହିତ୍ୟେ ଵିରାଜଇ ମଣିଷର
ହୃଦୟକୁ ନେଇ |୬|
ଅନନ୍ତ ମନର ଭାବନା ଅଟେ
ତ କବିର କଳ୍ପନା
ଚେତନାର ଚୌହଦୀ ବୃଦ୍ଧି ହୁଏ
କଲେ ସାଧନା |୭|
ଭାବନା ମାଧ୍ୟମେ ହୁଏ କୌଣସି
ଭାଷାର ଉନ୍ନତି
ସ୍ଵାର୍ଥ ନଛାଡିଲେ କୁହ ଉନ୍ନତି
ହୋଇବ କେମିତି |୮|
ଯିଏ ଯେମିତି ଲେଖୁ, ଭାବନା
ହୁଏ ଉଦବେଳିତ
ଭାବନାର ପ୍ରାଚୁର୍ଯ୍ୟରେ ଭାଷା
ହୁଏ ତ ପ୍ରବାହିତ |୯|
ସାହିତ୍ୟ ହେବ ଉଦ୍ଭାସିତ, କବି
ହେଲେ ମାଳ ମାଳ
ଶବ୍ଦ ଜ୍ଞାନକୁ ଦେଲେ ପ୍ରାଧାନ୍ୟ,
ସାହିତ୍ୟ ନହେବ ଦୁର୍ବଳ |୧୦|
ଯେତେ ଚାହଁ, କରିଲେ ଏକ
ଏକ ସାହିତ୍ୟ ସଂଗଠନ
କବିତା ଗପ ପ୍ରବନ୍ଧ ପ୍ରବଳ,
ଭାଷା ହେବନି ହୀନିମାନ |୧୧|
କିନ୍ତୁ ମାନପତ୍ର ଇନ୍ଦ୍ରଜାଲେ
ହୋଇଲେ ଛନ୍ଦାୟିତ
ସେଇ ଇତିହାସେ ନରହିବ
ହେଉ ଯେତେ ସମ୍ବର୍ଦ୍ଧିତ |୧୨|
ମନେ ରଖିବ ଯେତେ ସାହିତ୍ୟିକ
ନିଜ ସୁବିଚାରରେ
ନଥାଏ ଖରାପ ସମୟ, ସବୁ ସ୍ଥାନେ
ସବୁ ସମୟରେ |୧୩|
ଜନମ ଲଭିଥିବା ଶିଶୁ ସମୟ
ସହିତ ତ ଶିଖି ଥାଏ
ମାନପତ୍ର ଇନ୍ଦ୍ରଜାଲେ ଛନ୍ଦାୟିତ
ମଣିଷ ବଦଳି ଯାଏ |୧୪|
