STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

କବି କେବେ ବୁଢା ହୁଏନି

କବି କେବେ ବୁଢା ହୁଏନି

1 min
307

କବି କେବେହେଲେ ବୁଢା ହୁଏ ନାହିଁ

ବୁଢା ହୁଏନି ତା'ଭାବନା

ଅଶି ବରଷର ବୟସରେ ମଧ୍ୟ

ସେ କବିତା ମାଧ୍ୟମେ ସୃଷ୍ଟି କରିପାରେ

ଷୋଳ ବରଷର ଲଳନା


କବିଟିଏ କେବେ ହିଂସ୍ର ନଥାଏ

ଥାଏ ସେ କେବଳ ଭାବୁକ

ପରିଣତ ବୟସେ ପ୍ରେମ କବିତାଟେ

ଲେଖି ଦେବ ଯଦି

ହୋଇ ଯିବକି ସେ କାମୁକ


କବିଟିଏ ସଦା ଭଲ ପାଇ ବସେ

ତା' ଶଦ୍ଦର ଯାଦୁଗରୀ

ଭାବନା ରାଇଜେ ଘୁରି ବୁଲୁ ବୁଲୁ

ସମୟ ତା' ଯାଏ ସରି


କବି ଟିଏ ବି ମଣିଷ ବନ୍ଧୁ

ହୃଦୟେ ଥାଏ ତା ପ୍ରେମ

ପ୍ରେମ ବିନା ତାର କବିତା ଅଧୁରା

ହୋଇଯାଏ ମତି ଭ୍ରମ


କେବେ ସିଏ କରେ ପ୍ରକୃତି କୁ ପ୍ରେମ

କେବେ ବିଦ୍ରୋହର ବହ୍ନି ଜାଳେ

କବେ ପୁଣି ତାର ଲେଖନୀ ମୁନରେ

ରଙ୍ଗ ଭରିଦେଇ ସବୁଜ ବିପ୍ଳବ ଆଣେ


କବିଟିଏ ସଦା ଚିର କାଙ୍ଗାଳ

କଲମ ତା ଆଶା ବାଡି

ତା'ବିନା କେବେ ସେ ବଞ୍ଚିବା ଶିଖିନି

କେବେ ଆଗକୁ ପାରେନା ବଢ଼ି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract