କୈଵର୍ତ ରାମଙ୍କ ମିଳନ
କୈଵର୍ତ ରାମଙ୍କ ମିଳନ
ରାମ ଲକ୍ଷ୍ମଣ ଯେ ସୀତାଙ୍କ ସହିତ
ବନ ରେ ପ୍ରବେଶ କଲେ
ବନେ ଯାଇ ଯେବେ ପହଞ୍ଚିଲେ ସର୍ବେ
ବନ ବାସି ଦେଖୁଥିଲେ
ବନବାସୀ ପରୀ ଲାଗୁ ଯେ ନାହଁନ୍ତି
ରାଜାଙ୍କ ପରି ଯେ ରୂପ
ସାଥେ ଆଣିଛନ୍ତି ସୁନ୍ଦରୀ ପତ୍ନୀ ସେ
କମନୀୟ ଜାର ରୂପ
ନିଶାଦ ରାଜା ଯେ ଆସି ପହଞ୍ଚିଲେ
ପ୍ରଭୁଙ୍କର ପ୍ରିୟ ମିତ୍ର
କହିଲେ ହେ ରାମ ଦେଖି ଯେ ତୁମକୁ
ହେଲି ମୁଁ ଆଜି ପବିତ୍ର
ବନବାସୀ ରୂପ ଧରି ତୁମେ ମିତ୍ର
ବନକୁ କାହିଁ ଆସିଛ
ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଯେ
ପ୍ରଭୁ କାହିଁ ଆସିଅଛ
ପଚାରିଲେ ରାଜା ନିଶାଦ ରାମଙ୍କୁ
ସୀତାଙ୍କୁ ଯେ ଦେଖାଇକି
କିଏ ପ୍ରଭୁ ତାଙ୍କୁ ଜାଣି ନ ପାରିଲି
କୁହ ମତେ ବୁଝାଇକି
କହିଲେ ହେ ପ୍ରଭୁ ଶୁଣ ମୋର ମିତ୍ର
ନାମ ଯେ ତାଙ୍କର ସୀତା
ମୋର ଧର୍ମ ପତ୍ନୀ ଜନକ ନନ୍ଦିନୀ
ଜନକ ରାଜା ଙ୍କ ସୂତା
କହିଲେନି ପ୍ରଭୁ ଆସିବା ବୃତ୍ତାନ୍ତ
ସୁମନ୍ତ ଯେ କହିଦେଲେ
କୈକେୟୀ ଙ୍କ ପାଇଁ ବନକୁ ଆସିଲେ
ଏ କଥା ତ କହିଦେଲେ
ପ୍ରଭୁ ରାମଚନ୍ଦ୍ର କହିଲେ ହେ ଶୁଣ
ମାତାଙ୍କର ନାହିଁ ଦୋଷ
ଭାଗ୍ୟେ ମୋର ଅଛି ଆସିବାକୁ ବନେ
ନାହିଁ ମନେ ଅବଶୋଷ
ନିଶାଦ ରାଜା ଯେ କାନ୍ଦି ପକାଇଲେ
ତୁମ ପରି ପ୍ରଭୁ କାହିଁ
ତୁମ ଭଳି ପୁତ୍ର କେବେବି ସଂସାରେ
ଆଉ ଜନ୍ମ ହେବେ ନାହିଁ
ପ୍ରଭୁ ସୁମନ୍ତ ଙ୍କୁ ବହୁ ବୁଝାଇକି
ରାଜ୍ୟ କୁ ଫେରାଇଦେଲେ
ମନ୍ତ୍ରୀ ସୁମନ୍ତ ଯେ ମନ ଦୁଃଖରେ ଯେ
ଅଯୋଧ୍ୟା ଫେରି ଆସିଲେ
କହିଲେ ନିଶାଦ ମିତ୍ର ମୋର ତୁମେ
ଆଜିଠୁ ଏଠି ରହିବ
ଆମ ପାଖେ ତୁମେ ରାଜା ହୋଇକରି
ବନ ମଧ୍ୟେ ରହିଥିବ
ପ୍ରଭୁ ରାମଚନ୍ଦ୍ର କୃପାଳୁ ନିଧାନ
ନିଶାଦ ଙ୍କୁ ବୁଝାଇଲେ
ଗୋଟେ ରାତ୍ରି ରହି ଏହିଠାରୁ ଯିବୁ
ମିତ୍ରଙ୍କୁ ତାଙ୍କ କହିଲେ
ଅତିଥି ହୋଇଣ ରହିଲେ ଯେ ପ୍ରଭୁ
ନିଶାଦ ଯେ ସେବା କଲେ
ସକାଳୁ ସକାଳୁ ଯିବା ପାଇଁ ପ୍ରଭୁ
ଗଙ୍ଗା ଅଭିମୁଖେ ଗଲେ
ପହଞ୍ଚିଲେ ଯାଇ ଗଙ୍ଗା ନଦୀ କୂଳେ
ଦେଖିଲେ କୈବର୍ତ୍ତ ନାହିଁ
ନିଶାଦ ରାଜା ଯେ ଡାକିଲେ ତାହାକୁ
ଚାଲିଗଲା ତୁମେ କାହିଁ
କୈବର୍ତ୍ତ ଆସିଣ ପାଖେ ପହଞ୍ଚିଲେ
ନିଶାଦ ଙ୍କୁ ପଚାରିଲେ
ନିଶାଦ କହିଲେ ଅଯୋଧ୍ୟା ର ନାଥ
ରାମଙ୍କ ନାମ କହିଲେ
ପ୍ରଣାମ କରିଣ କୈବର୍ତ୍ତ କହିଲା
ଶୁଣିଛି ତୁମର ଗାଥା
ତୁମ ବିଷୟରେ ଶୁଣିଛି ମୁଁ ପ୍ରଭୁ
ତୁମର ବିରତ୍ୱ କଥା
କହିଲେ ଶ୍ରୀରାମ ଶୁଣ ହେ କୈବର୍ତ୍ତ
ଗଙ୍ଗା ପାରି କରିଦିଅ
ତୁମରି ଡ଼ଙ୍ଗାରେ ଆମ ମାନଙ୍କୁ ହେ
ସେପାଖ କୁ ନେଇଯାଅ
କୈବର୍ତ୍ତ କହିଲେ ଚାହିଁ ପ୍ରଭୁ ମୁଖ
ନେଇ ପାରିବିନି ପ୍ରଭୁ
ତୁମକୁ ନେଲେ ମୋ ଡ଼ଙ୍ଗାରେ ବସାଇ
ସରିଯିବ ମୋର ସବୁ
ନଉକା ଚଲାଇ ଗଙ୍ଗା ନଦୀ ତିରେ
ପରିବାର ପାଳୁଅଛି
ନଉକା ଯଦି ମୋ ଚାଲିଯିବା ପ୍ରଭୁ
ସେଥିପାଇଁ ଡରୁଅଛି
କହିଲେ ଶ୍ରୀରାମ ଶୁଣ ହେ କୈବର୍ତ୍ତ
କାହିଁ ପାଇଁ ଡ଼ରୁଅଛ
ଆମର ଭାର କି ଡ଼ଙ୍ଗା ସହିବନି
ଏହି କଥା ଭାବୁଅଛ
କହିଲା କୈବର୍ତ୍ତ ଶୁଣ ଆହେ ପ୍ରଭୁ
ଯାହା ମୁଁହିଁ ଶୁଣିଅଛି
ପାଦ ଧୂଳି ବାଜି ପଥର ଯେ ଏକ
ସୁନ୍ଦର ନାରୀ ହୋଇଛି
ନଉକା ନାୟିକା ହୋଇଯିବ ଯଦି
କେମିତି ଚଳିବି କୁହ
ତୁମ ପାଦ ଧୂଳି ଲାଗିଲେ ଡ଼ଙ୍ଗାରେ
କେମିତି ସହିବି କୁହ
ଶୁଣ ଆହେ ପ୍ରଭୁ ପାଦ କୁ ତୁମର
ଗଙ୍ଗା ଜଳେ ଧୋଇଦେବି
ସେଇ ପାଣି କୁ ପି କରି ପ୍ରଭୁ
ନଉକା କୁ ନେଇଯିବି
ପାଦ ଧୁଆ ପାଣି ପିଇକରି ପ୍ରଭୁ
କିଛି ଯଦି ହେବ ନାହିଁ
ତୁମକୁ ଡ଼ଙ୍ଗାକୁ ଉଠାଇ ମୁ ଦେବି
ସେ କୂଳ କୁ ନେବି ମୁହିଁ
ପତ୍ନୀ କୁ ଡାକିଣ କୈବର୍ତ୍ତ ଆଣିଲା
ପାତ୍ର ରେ ଧୋଇଲା ପାଦ
ପାଦ ଧୁଆ ଜଳ ପାନ କରିଦେଇ
ପୋଛିଲା ପ୍ରଭୁ ଙ୍କ ପାଦ
ସତେ କି ବିଚିତ୍ର ପ୍ରଭୁଙ୍କର ଲୀଳା
କୈବର୍ତ୍ତ କୁ ଦେଖୁଥାନ୍ତି
ମୁରୁକି ମୁରୁକି କୈବର୍ତ୍ତ କୁ ଦେଖି
ପ୍ରଭୁ ଟିକେ ହସୁଥାନ୍ତି
ତାଙ୍କ ମାୟା ତାଙ୍କୁ ଅଗୋଚର ପରା
କିଏବା ଜାଣିବା କୁହ
ଆଗରୁ ତ ଯାହା ଲେଖିଛନ୍ତି ପ୍ରଭୁ
ହେବ ଯେ ସଭିଙ୍କ ସହ
କେଡେବଡ଼ ଭକ୍ତ କୈବର୍ତ୍ତ ଅଟଇ
କରିଲା ପ୍ରଭୁଙ୍କ ସେବା
ଦର୍ଶନ ଯେଉଁଠି ଦୁର୍ଲଭ ପ୍ରଭୁଙ୍କ
କରିଲା ପଦ ର ସେବା
ଦର୍ଶନ ପାଇଁ କି କେବେ ମୁନି ଋଷି
ତପସ୍ୟା ଯେ କରୁଛନ୍ତି
ପ୍ରଭୁଙ୍କୁ ପାଇବା ପାଇଁ କରି କେତେ
କଷ୍ଟ ପୁଣି ସହୁଛନ୍ତି
କେଉଁ ଜନ୍ମ ର ତ ପୁଣ୍ୟ ଭାଗ୍ୟ ବଳେ
ଏ ଜନ୍ମ ତ ପାଇଅଛି
ଧୀବର ରୂପରେ ପ୍ରଭୁ ସେବା ପାଇଁ
ସୁଯୋଗ ଯେ ପାଇଅଛି
ସବୁ ଭକ୍ତଙ୍କର ମନ କଥା ଜାଣି
ଦର୍ଶନ ତ ଦେଇଥାନ୍ତି
କେତେ ଜନ୍ମ ର ପୁଣ୍ୟ ଭାଗ୍ୟ ବଳେ
ପ୍ରଭୁଙ୍କୁ କେ ପାଇଥାନ୍ତି
ଝରି ଯାଉଥାଏ ଧୀବର ଆଖିରୁ
ଲୁହ ବିନ୍ଦୁ ଧାର ଧାର
ପ୍ରଭୁଙ୍କ ସେବାରେ ଲାଗିଲା ଜୀବନ
ଉଦ୍ଧାର ହୋଇଲା ମୋର
ପ୍ରଭୁଙ୍କୁ ନେଇଣ ଡ଼ଙ୍ଗାରେ ବସାଇ
କୈବର୍ତ୍ତ ଡ଼ଙ୍ଗାକୁ ନେଲା
ଆହୁଲା ମାରିଣ ନଉକା କୁ ନେଇ
ସେ କୂଳରେ ଲଗାଇଲା
ଧୀବର କୁ ଦେଲେ ସୁନା ର ମୁଦି କୁ
ଧୀବର ଯେ ନେଲା ନାହିଁ
ଆପଣଙ୍କ ସେବା କରି ପାରିଛି ମୁଁ
ଆଉ କିଛି ଲୋଡ଼ା ନାହିଁ
ଭକ୍ତ ଭଗବାନ ମିଳନ ହୋଇଲା
କେଉଁ ଜନ୍ମେ ଡାକିଥିଲା
କେଡେ ବଡ଼ ଭକ୍ତ ଧୀବର ଯେ ଥିଲା
ସେବା ସିଏ କରିଥିଲା
ଗଙ୍ଗା ମାତାଙ୍କୁ ତ ପ୍ରଣାମ କରିଣ
ପ୍ରଭୁ ମାତା କହିଥିଲେ
ବନବାସ ସାରି ତୁମରି ପାଖକୁ
ଫେରିବୁ ଯେ କହୁଥିଲେ
ଦିନ ହୀନ ମୁହିଁ ଅଧମ ଅଟଇ
ଯାହା କିଛି ଶୁଣିଅଛି
ପ୍ରଭୁ ରାମ ନାମ ତୁଣ୍ଡରେ ନେଇକି
ଏ କବିତା ଲେଖୁଅଛି ।
